ପ୍ରବଳ ବର୍ଷା କାରଣରୁ ଧସିଲା ମାଟି, ରେଳ ଚଳାଚଳ ବାଧାପ୍ରାପ୍ତ

ଧସିଲା ମାଟି, ରେଳ ଚଳାଚଳ ବାଧାପ୍ରାପ୍ତ। ପ୍ରବଳ ବର୍ଷା କାରଣରୁ ଦକ୍ଷିଣ ପୂର୍ବ ରେଳପଥର ବାଲେଶ୍ଵର - ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ଡାଉନ ଲାଇନ୍ ଦବି ଯାଇଛି। ଫଳରେ ଏହି ଟ୍ରାକ ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଜଳେଶ୍ୱର (କେନ୍ୟୁଜ): ଧସିଲା ମାଟି, ରେଳ ଚଳାଚଳ ବାଧାପ୍ରାପ୍ତ। ପ୍ରବଳ ବର୍ଷା କାରଣରୁ ଦକ୍ଷିଣ ପୂର୍ବ ରେଳପଥର ବାଲେଶ୍ଵର – ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ଡାଉନ ଲାଇନ୍ ଦବି ଯାଇଛି। ଫଳରେ ଏହି ଟ୍ରାକ ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବାଲେଶ୍ଵର ଜିଲ୍ଲା ପ୍ରବଳ ବର୍ଷା ହୋଇଥିଲା। ଫଳରେ ଦକ୍ଷିଣ ପୂର୍ବ ରେଳପଥ ର ବାଲେଶ୍ଵର – ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ଡାଉନ୍ ଲାଇନ ଦବି ଯାଇଛି। ଯାହା ଫଳରେ ଉକ୍ତ ଟ୍ରାକ ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟ ଲାଇନରେ ମାତ୍ର ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ଟ୍ରେନ। ଡାଉନ୍ ଲାଇନରେ ଆସୁଥିବା ଭଦ୍ରକ ଖଡ଼ଗପୁର ଲୋକାଲ ଅମରା ବ୍ରିଜ ନିକଟରେ ଅଟକି ରହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି।