Below header

ଜାଣିଛନ୍ତି କି ଭାରତର କେଉଁ ସ୍ଥାନରେ ଅଧିକ ଭୂମିକମ୍ପ ହୋଇଥାଏ ? ଏକ୍ସପର୍ଟଙ୍କୁ ଘାରୁଛି ଚିନ୍ତା

କେଉଁ ସ୍ଥାନରେ ଅଧିକ ଭୂକମ୍ପ ଅନୁଭୂତ ହୁଏ ଆପଣ ଜାଣିଛନ୍ତି କି ? ଏକ ରିସର୍ଚ୍ଚ ଅନୁସାରେ ଦେଶର ସବୁ ସ୍ଥାନରେ ଭୂକମ୍ପ ହେବାର ଆଶଙ୍କା ଭିନ୍ନ ଥାଏ ଏବଂ ଏହି ବିପଦ ଅନୁଯାୟୀ ଦେଶକୁ ଅନେକ ଜୋନରେ ଭାଗ କରାଯାଇଛି ।

ପୁଣି ଥରେ ଭୂମିକମ୍ପ ପୃଥିବୀର କିଛି ଅଂଶକୁ ଥରାଇ ଦେଇଛି । ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ଝଟକା ଲାଗିବା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । କୁହାଯାଉଛି ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ନେପାଳ । ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୨ ମପାଯାଇଛି । କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ଭୂମିକମ୍ପ ଅନୁଭବ ହେବା ପରେ ଲୋକମାନେ ଘରୁ ବାହାରି ଆସିଥିଲେ । ତେବେ କିଛି ସମୟ ପର୍ଯ୍ୟନ୍ତ ଘରକୁ ନଯାଇ ଭୟରେ ବାହାରେ ବୁଲୁଥିଲେ । ତେବେ କେଉଁ ସ୍ଥାନରେ ଅଧିକ ଭୂକମ୍ପ ଅନୁଭୂତ ହୁଏ ଆପଣ ଜାଣିଛନ୍ତି କି ?

ବିଶ୍ୱରେ ସର୍ବାଧିକ ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ ହୋଇଥାଏ । ଜାଭା ଏବଂ ସୁମାତ୍ରା ମଧ୍ୟ ଏହି ଅଞ୍ଚଳରେ ସାମିଲ । ତେବେ ଭାରତ ବିଷୟରେ କହିବାକୁ ଗଲେ କିଛି ଦଶକ ମଧ୍ୟରେ ଭାରତ ମଧ୍ୟ ଭୂକମ୍ପର କେନ୍ଦ୍ର ପାଲଟିଛି । ଏକ ରିସର୍ଚ୍ଚ ଅନୁସାରେ ଦେଶର ସବୁ ସ୍ଥାନରେ ଭୂକମ୍ପ ହେବାର ଆଶଙ୍କା ଭିନ୍ନ ଥାଏ ଏବଂ ଏହି ବିପଦ ଅନୁଯାୟୀ ଦେଶକୁ ଅନେକ ଜୋନରେ ଭାଗ କରାଯାଇଛି । ଜୋନ-୧, ଜୋନ-୨, ଜୋନ-୩, ଜୋନ-୪ ଏବଂ ଜୋନ-୫ । ଜୋନ-୨ ଅର୍ଥାତ ସବୁଠାରୁ କମ ବିପଦ ଏବଂ ଜୋନ-୫ର ଅର୍ଥ ହେଉଛି ସବୁଠାରୁ ଅଧିକ ବିପଦ । ଭୂମିକମ୍ପ ଦୃଷ୍ଟିରୁ ସବୁଠାରୁ ଅଧିକ ବିପଜ୍ଜନକ ଅଞ୍ଚଳ ହେଉଛି ଜୋନ-୫ ।

ଜୋନ-୫ରେ ଉତ୍ତର ପୂର୍ବ ଭାରତ ରହିଛି । ଜମ୍ମୁ- କଶ୍ମୀରର କିଛି ଅଂଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜୁରାରର କିଛି ଅଞ୍ଚଳ, ଉତ୍ତର ବିହାରର କିଛି ଅଂଶ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ସାମିଲ ରହିଛି । ଏହି ଅଞ୍ଚଳରେ ଅଧିକାଂଶ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥାଏ । ଜୋନ-୪ରେ ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶର କିଛି ଅଂଶ, ଦିଲ୍ଲୀ, ସିକିମ୍‌, ଉତ୍ତର ପ୍ରଦେଶର ଉତ୍ତର ଅଂଶ, ସିନ୍ଧୁ-ଗଙ୍ଗା ଅବବାହିକା, ବିହାର ଏବଂ ପଶ୍ଚିମ ବଙ୍ଗ, ଗୁଜୁରାଟର କିଛି ଅଂଶ ଏବଂ ମହାରାଷ୍ଟ୍ର ଏବଂ ରାଜସ୍ଥାନର କିଛି ଅଂଶ ସାମିଲ ଅଛି ।

ଜୋନ୍-୩ : ଏଥିରେ କେରଳ, ବିହାର, ପଶ୍ଚିମ ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପୂର୍ବ ଗୁଜୁରାଟ ଏବଂ ମଧ୍ୟପ୍ରଦେଶର କିଛି ଅଂଶ ସାମିଲ ଅଛି ।
ଜୋନ୍-୨: ରାଜସ୍ଥାନ, ତାମିଲନାଡୁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ହରିୟାଣାର କିଛି ଅଂଶ ଜୋନ୍-୨ ରେ ସାମିଲ ।
ଜୋନ୍ –୧: ଏଥିରେ ପଶ୍ଚିମ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପୂର୍ବ ମହାରାଷ୍ଟ୍ର ଏବଂ ଓଡ଼ିଶାର କିଛି ଅଂଶ ରହିଛି । ଏହି ଅଞ୍ଚଳରେ ଭୂମିକମ୍ପର ମାତ୍ରା କମ ଥାଏ ।

ଗତ କିଛି ବର୍ଷ ମଧ୍ୟରେ ଯେତେ ଥର ବି ଭୂମିକମ୍ପ ହୋଇଛି ତାହା ଦିଲ୍ଲୀ- ଏନସିଆରରେ ହିଁ ଅଧିକ ଝଟକା ଅନୁଭୂତ ହୋଇଛି । ଏକ୍ସପର୍ଟଙ୍କ ଏହା ମଧ୍ୟ କହିଛନ୍ତି ଏହି ଭୂମିକମ୍ପ ବର୍ତ୍ତମାନ ଚିନ୍ତାର ବିଷୟ । ଏହାକୁ ନେଇ ଲଗାତାର ରିସର୍ଚ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.