ବୋମା ପରି ଫାଟିବ ଇନଭର୍ଟର, ବ୍ୟାଟେରୀରେ ପାଣି ଭରିବା ସମୟରେ କରନ୍ତୁନି ଏହି ଭୁଲ୍‌

ଇନଭର୍ଟର ବ୍ୟାଟେରୀରେ ଏକ ନିର୍ଦ୍ଦିଷ୍ଟ ସମୟରେ ପାଣି ଭରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏପରି ନ କରିବା ଦ୍ୱାରା ବ୍ୟାଟେରୀର କାର୍ଯ୍ୟ କରିବାର କ୍ଷମତା କମ ହୋଇଯାଏ ଏବଂ ବେଳେବେଳେ ବ୍ୟାଟେରୀ ଅଧିକ ଡ୍ୟାମେଜ ହୋଇଯାଏ । ଏହା ବିଷୟରେ ଇନଭର୍ଟର ୟୁଜର୍ସମାନେ ସଚେତନ ହେବା ଉଚିତ ନହେଲେ ଇନଭର୍ଟର ନଷ୍ଟ ହୋଇଯାଇପାରେ ।

ଇନଭର୍ଟର ବ୍ୟାଟେରୀରେ ଏକ ନିର୍ଦ୍ଦିଷ୍ଟ ସମୟରେ ପାଣି ଭରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏପରି ନ କରିବା ଦ୍ୱାରା ବ୍ୟାଟେରୀର କାର୍ଯ୍ୟ କରିବାର କ୍ଷମତା କମ ହୋଇଯାଏ ଏବଂ ବେଳେବେଳେ ବ୍ୟାଟେରୀ ଅଧିକ ଡ୍ୟାମେଜ ହୋଇଯାଏ । ଇନଭର୍ଟର ବ୍ୟାଟେରୀରେ ପାଣି ଭରିବା ସମୟରେ ଲୋକମାନେ ମାନେ କିଛି ଭୁଲ କରିଥାନ୍ତି । ଯାହା ଦ୍ୱାରା ବ୍ୟାଟେରୀ ଅଧିକ ଡ୍ୟାମେଜ ହୋଇପାରେ । ଏହା ବିଷୟରେ ଇନଭର୍ଟର ୟୁଜର୍ସମାନେ ସଚେତନ ହେବା ଉଚିତ ନଚେତ ଇନଭର୍ଟର ନଷ୍ଟ ହୋଇଯାଇପାରେ ।

ଇନଭର୍ଟର ବ୍ୟାଟେରୀରେ ପାଣି ଭରିବା ସହିତ ଏହାର ତାରକୁ ମଧ୍ୟ ଭଲରେ ଯାଞ୍ଚ କରନ୍ତୁ । ଖରାପ ତାରରେ ନିଆଁ ଲାଗିବା ତଥା ସର୍ଟ ସର୍କିଟ ହେବାର ଆଶଙ୍କା ରହିଥାଏ ।

ଇନଭର୍ଟର ବ୍ୟାଟେରୀରେ ପାଣି ଭରିବା କେବେ ଭୁଲନ୍ତୁ ନାହିଁ । କାରଣ ପାଣି ଶୁଖିଗଲେ ବ୍ୟାଟେରୀର କ୍ଷତି ହୋଇପାରେ ଏବଂ ନିଆଁ ଲାଗିପାରେ । ଇନଭର୍ଟର ବ୍ୟବହାର କରିବା ଦ୍ୱାରା ପାଣିର ଲେବଲ କମିଯାଏ । ଯଦି ଇନଭର୍ଟର ବାରମ୍ବାର ବ୍ୟବହାର କରୁଛନ୍ତି ତେବେ ପ୍ରତି ୪୫ ଦିନରେ ଏହାର ଯାଞ୍ଚ କରନ୍ତୁ ।

ଇନଭର୍ଟର ବ୍ୟାଟେରୀରେ ପାଣି ଭରିବା ସମୟରେ, ପାଣିର ସ୍ତର ସବୁଜ ଚିହ୍ନ ମଧ୍ୟରେ ରହିବା ଜରୁରୀ ହୋଇଥାଏ । ପାଣି ସ୍ତର କମ୍‌ ରହିବା ଦ୍ୱାରା ବ୍ୟାଟେରୀର କ୍ଷତି ହୋଇପାରେ । ସେହିପରି ଅଧିକ ପାଣି ସ୍ତର ବ୍ୟାଟେରୀର ଏସିଡକୁ ପତଳା କରିଦେଇଥାଏ ଯାହାଦ୍ୱାରା ବ୍ୟାଟେରୀର କାର୍ଯ୍ୟଦକ୍ଷତା କମିଯାଇପାରେ ।

ଇନଭର୍ଟର ବ୍ୟାଟେରୀକୁ ଭରିବା ପାଇଁ ଡିଷ୍ଟିଲ୍ଡ ୱାଟର୍‌ ବ୍ୟବହାର କରିବା ସବୁଠାରୁ ଭଲ । ସାଧା ପାଣି କିମ୍ବା ଆରଓ ଦ୍ୱାରା ସଫା ହେଉଥିବା ପାଣିରେ ଖଣିଜ ପଦାର୍ଥ ଥାଇପାରେ ଯାହା ବ୍ୟାଟେରୀକୁ କ୍ଷତି ପହଞ୍ଚାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.