Below header

ୟୋଲୋ ସାଗରରେ ଚୀନର ପରମାଣୁ ବୁଡାଜାହାଜ ଦୁର୍ଘଟଣାଗ୍ରସ୍ତ, ୫୫ ନାବିକଙ୍କ ମୃତ୍ୟୁ

ଅକ୍ସିଜେନ ସିଷ୍ଟମ ଖରାପ ହେବା କାରଣରୁ ଚୀନର ପରମାଣୁ ବୁଡାଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି । ୟୋଲୋ ସାଗରରେ ବୁଡାଜାହାଜ ୦୯୩-୪୧୭ରେ ଥିବା ୫୫ ନାବିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଚୀନ ନୀରବ ରହିଛି ।

ଚୀନରେ ଭୟଙ୍କର ବୁଡାଜାହାଜ ଦୁର୍ଘଟଣା । ଚୀନରେ ପରମାଣୁ ବୁଡାଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପିଏଲଏର ୫୫ ନାବିକଙ୍କ ଜୀବନ ଚାଲିଯାଇଛି । ୟେଲୋ ସିରେ ଏହି ଦୁର୍ଘଟଣା ଘଟିଛି । ନିଜ ଜାଲରେ ନିଜେ ଫସିଛି ଡ୍ରାଗନ । ବ୍ରିଟିଶ ଜାହାଜକୁ ଫସେଇବାକୁ ପ୍ରୟାସ କରିଥିଲା ଚୀନ । ତେବେ ନିଜ ଜାଲରେ ନିଜେ ଫସି ଯାଇଛି ।

ପରମାଣୁ ବୁଡାଜାହାଜଟି ସମୁଦ୍ର ପତ୍ତନରୁ ୩୫୧ ଫୁଟ ତଳେ ଥିବା ସୂଚନା ମିଳିଛି । ଅକ୍ସିଜେନ ସିଷ୍ଟିମ ଫେଲ୍‌ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ମୃତକ ଏହି ବୁଡାଜାହାଜ ୦୯୩-୪୧୭ରେ କ୍ୟାପଟେନଙ୍କ ସହିତ ୨୧ ଅଧିକାରୀ ସାମିଲ ରହିଛନ୍ତି । କିଛି ଦିନ ତଳେ ସମାନ ଧରଣର ଅଘଟଣ ଘଟିଥିଲା । ତେବେ ଚୀନ ଘଟଣାରେ ସମ୍ପୂର୍ଣ୍ଣ ନୀରବ ରହିଛି ।

ଘଟଣାଟି ସ୍ଥାନୀୟ ସମୟ ମୁତାବକ ୮.୧୨ ମିନିଟରେ ହୋଇଛି । ୫୫ ନାବିକଙ୍କ ମଧ୍ୟରେ ୨୨ ଜଣ ଅଫିସର, ୭ ଜଣ କ୍ୟାଡେଟ୍‌ ଅଫିସର, ୯ ଜୁନିଅର ଅଫିସର ଏବଂ ୧୭ ଜଣ ନାବିକ ସାମିଲ ଥିଲେ । ମୃତକଙ୍କ ମଧ୍ୟରେ କ୍ୟାପଟେନ ଜୁ ୟଙ୍ଗପେଙ୍ଗ ମଧ୍ୟ ସାମିଲ ରହିଛନ୍ତି । ଚୀନ ଘଟଣାକୁ ନେଇ ସଂପୂର୍ଣ୍ଣ ନୀରବ ରହିଥିବା ବେଳେ ଅଫିସିଆଲ ଭାବେ କିଛି ଜଣାଇନାହିଁ । ଏହି ରିପୋର୍ଟ ୟୁକେର ଡିଫେନ୍ସ ଇଣ୍ଟେଲେିଜେନ୍ସି ତରଫରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.