ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର, ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର। ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁମନ୍ତ ମଲ୍ଲିକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
![SUMANT 2](https://knewsodisha.com/wp-content/uploads/2023/10/SUMANT-2.jpg)
ଭବାନୀପାଟଣା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର। ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁମନ୍ତ ମଲ୍ଲିକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ସୂଚନା ଅନୁସାରେ ମାର୍କେଟିଙ୍ଗ ଇନ୍ସପେକ୍ଟର ବ୍ଲକ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ତଦୟ ଯୋଜନାରେ ନାମ ସାମିଲ କରାଇ ଦେବାକୁ ୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ବର୍ତ୍ତମାନ ଭିଜିଲାନ୍ସ ଟିମ୍ ସୁମନ୍ତ ମଲ୍ଲିକଙ୍କୁ ନିଜ ହେପାଜତକୁ ନେଇ ପଚରାଉଚୁରା କରୁଥିବା ଜଣାପଡିଛି। ସେପଟେ ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। କୋରାପୁଟ ଭିଜିଲାନ୍ସ ଡିଭିଜନରେ ଏ ନେଇ ରୁଜ୍ଜୁ ହୋଇଛି ମାମଲା।