ବାରଣାସୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ବାରଣାସୀରେ କାର ସହ ଟ୍ରକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୩ ବର୍ଷର ଶିଶୁ ଗୁରୁତର ଆହତ ହୋଇଛନ୍ତି । ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।

ଉତ୍ତର ପ୍ରଦେଶର ବାରଣାସୀରେ ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ୩ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି । ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସଡ଼କ ଦୁର୍ଘଟଣା ଫୁଲପୁର ଥାନାର କରଖିୟାବରେ ଏକ କାର ଟ୍ରକ ସହ ମୁହାଁମୁହିଁ ହୋଇଥିବା ଯୋଗୁଁ ଘଟିଛି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟମର୍ଟମ ପାଇଁ ସମସ୍ତ ମୃତଦେହକୁ ଡାକ୍ତରଖାନାକୁ ନେଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ବିଷୟରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଦିଂବଗତ ଆତ୍ମାକୁ ଶାନ୍ତି କାମନା କରି ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି ।

ସୂଚନାଯୋଗ୍ୟ, ସମସ୍ତ ପୀଡିତା ପିଲିବିଟ୍ର ବାସିନ୍ଦା ଥିଲେ । ବୁଧବାର ସକାଳେ, କାଶୀ ଦର୍ଶନ ପରେ ସମସ୍ତେ ବନାରସରୁ ଜୈନପୁରକୁ ଯାଉଥିଲେ । ଯେତେବେଳେ ଫୁଲପୁର ପୋଲିସ ଷ୍ଟେସନର କରଖିୟାବ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.