Below header

ଜିଆରଏସଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ

ପଞ୍ଚାୟତ ଜିଆରଏସଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତର କନିଆରିବାଡି ଠାରେ ଥିବା ଏକ କେନାଳରେ ପଡିଛି ଜିଆରଏସଙ୍କ ମୃତଦେହ । ମୃତ ଜିଆରଏସ ଜଣକ ହେଲେ ସୁଶୀଲ କୁମାର ମହାନ୍ତି ।

ଗଞ୍ଜାମ (କେନ୍ୟୁଜ): ପଞ୍ଚାୟତ ଜିଆରଏସଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତର କନିଆରିବାଡି ଠାରେ ଥିବା ଏକ କେନାଳରେ ପଡିଛି ଜିଆରଏସଙ୍କ ମୃତଦେହ । ମୃତ ଜିଆରଏସ ଜଣକ ହେଲେ ସୁଶୀଲ କୁମାର ମହାନ୍ତି । ସୁଶୀଲ ସାନ ଉସ୍ତାପଡା ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ ଗତକାଲି ସୁଶୀଲଙ୍କୁ ରାତିରେ ହିଁ କେହି ହତ୍ୟା କରି କେନାଲ ପାଖରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । କାରଣ ମୃତ ସୁଶୀଲଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ସୁଶୀଲଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ । ସେପଟେ ଖବର ପାଇ ବେଗୁନିଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.