ଦେଶ ବିଦେଶ

ମନୀଷ ସିସୋଦିଆଙ୍କୁ ଝଟକା, ୨୨ ଫେବୃଆରୀ ଯାଏଁ ବଢିଲା ଜେଲ୍‌ ଅବଧି

ଆପ୍ ନେତା ମନୀଷ ସିସୋଦିଆଙ୍କୁ ବଡ ଝଟକା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିପାରିନାହିଁ । ତାଙ୍କ ଜେଲ୍ ଅବଧିକୁ ୨୨ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତେବେ ଏବେ ଜେଲରେ ଆଉ କିଛିଦିନ ବନ୍ଦ ରହିବେ ସିସୋଦିଆ । ତେବେ ଦୁର୍ନୀତି ବିଷୟରେ ଜଣାପଡିବା ପରେ ଦିଲ୍ଲୀ ଅବକାରୀ ନୀତିକୁ ନିରସ୍ତ୍ର କରିଦିଆଯାଇଛି । ଏହି ମାମଲାରେ କେଜ୍ରିୱାଲ ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀଙ୍କ ଯାଞ୍ଚ ଜାରି ରହିଛି ।

ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଦ ର୍ଦୁନୀତି ମାମଲାରେ ସୋମବାର ସକାଳେ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଆପ୍ ନେତା ମନୀଷ ସିସୋଦିଆଙ୍କୁ କୋର୍ଟ ୨୨ ଫେବୃଆରୀ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ମନୀଷ ସିସୋଦିଆ ଜାମିନ ସହିତ ପାରୋଲକୁ ନେଇ କୋର୍ଟରେ ଆବେଦନ ଦାଖଲ କରିଥିଲେ । କିନ୍ତୁ ତାଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ ।

ଦିଲ୍ଲୀରେ ଅବକାରୀ ନୀତିକୁ ନିରସ୍ତ୍ର କରିବା ମାମଲାରେ କୋର୍ଟ ଯାଞ୍ଚ ଏଜେନ୍ସୀକୁ ନିର୍ଦ୍ଦେଶ ଦେଇଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ସିବିଆଇ ଠାରୁ ଯାଞ୍ଚର ବିସ୍ତତ ରିପୋର୍ଟ ସିଲ୍‌ କଭର ଦାଖଲ କରିବାକୁ କହିଛି । ଏହି ଶୁଣାଣି ଆଗାମୀ ୨୨ ତାରିଖରେ ହେବ । ସିବିଆଇ ଏହି ମାମଲାରେ ଆଗକୁ ମଧ୍ୟ ଯାଞ୍ଚ କରିବ । ସିବିଆଇ କହିଛି, ଯେଉଁମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି, ସେମାନଙ୍କ ଯାଞ୍ଚ ସଂପୂର୍ଣ୍ଣ ହୋଇଛି ।

ସେପଟେ ଇଡି ବାରମ୍ବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଉଥିବା ବେଳେ କ୍ରେଜିଓ୍ଵାଲ ହାଜର ହେଉନାହାନ୍ତି । ତେଣୁ ଆଗକୁ ତାଙ୍କ ମୁସ୍କିଲ ବଢିପାରେ ବୋଲି ଅନୁମାନ କରାଯାଉଛି ।

Swagatika

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

1 hour ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

1 hour ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

3 hours ago