Below header

ମନୀଷ ସିସୋଦିଆଙ୍କୁ ଝଟକା, ୨୨ ଫେବୃଆରୀ ଯାଏଁ ବଢିଲା ଜେଲ୍‌ ଅବଧି

ମନୀଷ ସିସୋଦିଆଙ୍କୁ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । ୨୨ ଫେବୃଆରୀ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ମନୀଷ ସିସୋଦିଆ ଜାମିନ ସହିତ ପାରୋଲକୁ ନେଇ କୋର୍ଟରେ ଆବେଦନ ଦାଖଲ କରିଥିଲେ ।

ଆପ୍ ନେତା ମନୀଷ ସିସୋଦିଆଙ୍କୁ ବଡ ଝଟକା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିପାରିନାହିଁ । ତାଙ୍କ ଜେଲ୍ ଅବଧିକୁ ୨୨ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତେବେ ଏବେ ଜେଲରେ ଆଉ କିଛିଦିନ ବନ୍ଦ ରହିବେ ସିସୋଦିଆ । ତେବେ ଦୁର୍ନୀତି ବିଷୟରେ ଜଣାପଡିବା ପରେ ଦିଲ୍ଲୀ ଅବକାରୀ ନୀତିକୁ ନିରସ୍ତ୍ର କରିଦିଆଯାଇଛି । ଏହି ମାମଲାରେ କେଜ୍ରିୱାଲ ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀଙ୍କ ଯାଞ୍ଚ ଜାରି ରହିଛି ।

ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଦ ର୍ଦୁନୀତି ମାମଲାରେ ସୋମବାର ସକାଳେ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଆପ୍ ନେତା ମନୀଷ ସିସୋଦିଆଙ୍କୁ କୋର୍ଟ ୨୨ ଫେବୃଆରୀ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ମନୀଷ ସିସୋଦିଆ ଜାମିନ ସହିତ ପାରୋଲକୁ ନେଇ କୋର୍ଟରେ ଆବେଦନ ଦାଖଲ କରିଥିଲେ । କିନ୍ତୁ ତାଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ ।

ଦିଲ୍ଲୀରେ ଅବକାରୀ ନୀତିକୁ ନିରସ୍ତ୍ର କରିବା ମାମଲାରେ କୋର୍ଟ ଯାଞ୍ଚ ଏଜେନ୍ସୀକୁ ନିର୍ଦ୍ଦେଶ ଦେଇଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ସିବିଆଇ ଠାରୁ ଯାଞ୍ଚର ବିସ୍ତତ ରିପୋର୍ଟ ସିଲ୍‌ କଭର ଦାଖଲ କରିବାକୁ କହିଛି । ଏହି ଶୁଣାଣି ଆଗାମୀ ୨୨ ତାରିଖରେ ହେବ । ସିବିଆଇ ଏହି ମାମଲାରେ ଆଗକୁ ମଧ୍ୟ ଯାଞ୍ଚ କରିବ । ସିବିଆଇ କହିଛି, ଯେଉଁମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି, ସେମାନଙ୍କ ଯାଞ୍ଚ ସଂପୂର୍ଣ୍ଣ ହୋଇଛି ।

ସେପଟେ ଇଡି ବାରମ୍ବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଉଥିବା ବେଳେ କ୍ରେଜିଓ୍ଵାଲ ହାଜର ହେଉନାହାନ୍ତି । ତେଣୁ ଆଗକୁ ତାଙ୍କ ମୁସ୍କିଲ ବଢିପାରେ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.