ଦେଶ ବିଦେଶ

ଭଦ୍ରତା ଭୁଲିଗଲେଣି ଇମ୍ରାନଙ୍କ ବିଧାୟକ, ବିଧାନସଭା ଭିତରେ ଡେପୁଟି ସ୍ପିକରଙ୍କୁ ମାରିଲେ ଚାପୁଡ଼ା

ପାକିସ୍ତାନର ପଞ୍ଜାବ ରାଜ୍ୟରେ ଅବସ୍ଥିତ ବିଧାନସଭାରେ ଶନିବାର ଏକ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ।  ଏମିତି ଗଣ୍ଡଗୋଳିଆ ସ୍ଥିତି ସୃଷ୍ଟି ହୋଇଛିଯେ ଯାହାକୁ ସମ୍ଭାଳିବା କଷ୍ଟ ହୋଇପଡ଼ିଥିଲା ।  ଇମ୍ରାନ ଖାନଙ୍କ ଦଳ ପିଟିଆଇ ନେତାମାନେ ଡେପୁଟି ସ୍ପିକରଙ୍କ ଉପରେ ଆକ୍ରମଣ କରିଛନ୍ତି ।  ଆଉ ଏହି ଆକ୍ରମଣରେ ଡେପୁଟି ସ୍ପିକରଙ୍କ ସାଙ୍ଗ ମହମ୍ମଦ ମଜରୀଙ୍କୁ ଗଭୀର ଭାବରେ ଆଘାତ ଲାଗିଛି ।  ଶୁଣାଯାଉଛିକି ପିଟିଆଇ ବିଧାୟକମାନେ ଡେପୁଟି ସ୍ପିକର ଜଣଙ୍କୁ ଚାପୁଡ଼ା ମାରିବା ସହିତ ଡେପୁଟି ସ୍ପିକରଙ୍କ ସାଙ୍ଗ ମହମ୍ମଦ ମଜରୀ ସଦନର ଅଧ୍ୟକ୍ଷତା କରିବାକୁ ଆସନ୍ତେ ତ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ବିଧାୟକ ମାନେ ତାଙ୍କ ସହ ଅଚାନକ ମାରପିଟ କରିଥିଲେ ।  ମିଳିଥିବା ସୂଚନା ଅନୁସାରେ ବିଧାୟକ ମାନେ ତାଙ୍କ ଉପରେ ଲୋଟା ଫୋପାଡ଼ିଥିଲେ ।  ସେ ସମୟରେ ସେଠାରେ ସିକ୍ୟୁରିଟି ଗାର୍ଡ ମାନେ ବି ମହଜୂତ ଥିଲେ ।  ବିଧାନସଭା ଅଧିବେଶନ ସକାଳ ୧୧.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବାବେଳେ ପିଟିଆଇ ସଦସ୍ୟ ମାନେ ଉପସ୍ଥିତ ନଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପିଟିଆଇ ବିଧାୟକମାନେ ନିଜ ସହ ଲୋଟା ନେଇ ଆସିଥିଲେ ଆଉ ଏହା ପରେ ନିଜ ନିଜ ଭିତରେ ଲୋଟା ଲୋଟା ଚିଲ୍ଲେଇବାକୁ ଲାଗିଲେ ।  ଏମାନେ ପ୍ରକୃତରେ ସେହି ନେତା ମାନଙ୍କୁ ଟାର୍ଗେଟ କରିଥିଲେ ଯେଉଁମାନେ ଇମ୍ରାନଙ୍କ ପାର୍ଟି ଛାଡି ବିପକ୍ଷ ଦଳର ସମର୍ଥନ କରିଥିଲେ ।

ଲାହୋର ହାଇକୋର୍ଟଙ୍କ ଆଦେଶ ପରେ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯିବା ନେଇ ଏକ ଅଧିବେଶନ ଡକାଯାଇଥିଲା ।  ଏଠାରେ ହମଜା ଶାହବାଜ ଓ ଚୌଧୁରୀ ପରବେଜଙ୍କ ମଧ୍ୟରେ ମୁକାବିଲା ହବାର ଥିଲା ।  ଯେଉଁ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚୟନ ହେବାର ଥିଲା ତାହାର ଅଧ୍ୟକ୍ଷତା ମହମ୍ମଦ ମଜରୀ କରୁଥିଲେ ବୋଲି ଜଣାଯାଇଛି ।

 

 

 

KNews Bureau

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

20 mins ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

21 mins ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

56 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

1 hour ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago