ମୋଦି ସରକାର ବିଦେଶରେ ଜମା କରାଯାଇଥିବା କଳାଧନ ଫେରାଇ ଆଣିବା ପାଇଁ ଏଲିଫ୍ୟାଣ୍ଟ ବଣ୍ଡ ଉପରେ ବିଚାର କରୁଛନ୍ତି। ଏଲିଫ୍ୟାଣ୍ଟ ବଣ୍ଡ ଯୋଜନାରେ ବିଦେଶରେ ଜମା ହୋଇଥିବା ୫୦୦ ଅରବ ଡଲାର କଳାଧନ ଫେରିଆସିପାରିବ।
ଏହାସହ ପଢ଼ନ୍ତୁ: ପିଲାମାନେ ଉଠାଉଥିଲେ ଫଟୋ, ଅଚାନକ ସିଂହ କଲା ଗର୍ଜନ ଆଉ ତା’ପରେ… ଦେଖନ୍ତୁ ଟିକ୍ଟକ୍ ଭିଡିଓ
ଏଲିଫ୍ୟାଣ୍ଟ ବଣ୍ଡ ମାଧ୍ୟମରେ ଟଙ୍କା ଫେରାଇଆଣିବା ଉପାୟ ଅର୍ଥଶାସ୍ତ୍ରୀ ସୁରଜିତ ଭଲ୍ଲାଙ୍କ ହାଇଲେବଲ କମିଟି ଦେଇଛି। କମିଟିର କହିବାନୁସାରେ, ଯେଉଁମାନଙ୍କ ସମ୍ପତ୍ତି ବିଦେଶରେ ଅଛି ସେମାନଙ୍କୁ ଥରେ ଲେଖାଏଁ ଏଲିଫ୍ୟାଣ୍ଟ ବଣ୍ଡରେ ନିବେଶ କରିବାକୁ ସୁଯୋଗ ଦିଆଯାଉ। ବଦଳରେ କେନ୍ଦ୍ର ସରକାର ତାଙ୍କୁ କେତେକ କ୍ଷେତ୍ରରେ ସୁବିଧା ଦେବେ। ବିଦେଶରେ ପୁଞ୍ଜି ନିବେଶ କରିଥିବା ୪୦ ପ୍ରତିଶତ ଲୋକ ଏଲିଫ୍ୟାଣ୍ଟ ବଣ୍ଡରେ ଅର୍ଥ ଲଗାଇବେ ବୋଲି ଆଶା କରାଯାଉଛି।
ଏଲିଫ୍ୟାଣ୍ଟ ବଣ୍ଡ୍ ଏମ୍ନେଷ୍ଟୀ ସ୍କିମ୍ ଭଳି ହେବ। କିନ୍ତୁ ଏବେ ପର୍ଯ୍ୟନ୍ତର ସରକାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି। ଏନେଇ ବର୍ତ୍ତମାନ କେବଳ ବିଚାର ଓ ପରାମର୍ଶ ନିଆଯାଉଛି। ଲୋକସଭାର ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ବିତ୍ତମନ୍ତ୍ରୀ ଅନୁରାଗ ଠାକୁର ଏହା କହିଛନ୍ତି।
ତେବେ ଆଜି କେନ୍ଦ୍ର ସରକାର ଭାରତ ବଣ୍ଡ ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ(ETF)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସାର୍ବଜନୀନ କମ୍ପାନୀରେ ନିବେଶର ସୁବିଧା ଦେଉଥିବା ଏହା ଭାରତର ପ୍ରଥମ କର୍ପୋରେଟ୍ ଇଟିଏଫ୍ ବୋଲି ଜଣାଯାଇଛି। କେନ୍ଦ୍ରୀୟ କ୍ୟାବିନେଟ୍ ବୁଧବାର ଏନେଇ ମଞ୍ଜୁରୀ ଦେଇଛନ୍ତି।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…