ବିଦେଶରୁ କଳାଧନ ଫେରାଇ ଆଣିବାକୁ ମୋଦି ସରକାରଙ୍କର ଆଉ ଏକ ପ୍ରୟାସ, ଆସିପାରେ ଏଲିଫ୍ୟାଣ୍ଟ ବଣ୍ଡ୍‌

ମୋଦି ସରକାର ବିଦେଶରେ ଜମା କରାଯାଇଥିବା କଳାଧନ ଫେରାଇ ଆଣିବା ପାଇଁ ଏଲିଫ୍ୟାଣ୍ଟ ବଣ୍ଡ ଉପରେ ବିଚାର କରୁଛନ୍ତି। ଏଲିଫ୍ୟାଣ୍ଟ ବଣ୍ଡ ଯୋଜନାରେ ବିଦେଶରେ ଜମା ହୋଇଥିବା ୫୦୦ ଅରବ ଡଲାର କଳାଧନ ଫେରିଆସିପାରିବ।

ଏହାସହ ପଢ଼ନ୍ତୁ: ପିଲାମାନେ ଉଠାଉଥିଲେ ଫଟୋ, ଅଚାନକ ସିଂହ କଲା ଗର୍ଜନ ଆଉ ତା’ପରେ… ଦେଖନ୍ତୁ ଟିକ୍‌ଟକ୍‌ ଭିଡିଓ

ଏଲିଫ୍ୟାଣ୍ଟ ବଣ୍ଡ ମାଧ୍ୟମରେ ଟଙ୍କା ଫେରାଇଆଣିବା ଉପାୟ ଅର୍ଥଶାସ୍ତ୍ରୀ ସୁରଜିତ ଭଲ୍ଲାଙ୍କ ହାଇଲେବଲ କମିଟି ଦେଇଛି। କମିଟିର କହିବାନୁସାରେ, ଯେଉଁମାନଙ୍କ ସମ୍ପତ୍ତି ବିଦେଶରେ ଅଛି ସେମାନଙ୍କୁ ଥରେ ଲେଖାଏଁ ଏଲିଫ୍ୟାଣ୍ଟ ବଣ୍ଡରେ ନିବେଶ କରିବାକୁ ସୁଯୋଗ ଦିଆଯାଉ। ବଦଳରେ କେନ୍ଦ୍ର ସରକାର ତାଙ୍କୁ କେତେକ କ୍ଷେତ୍ରରେ ସୁବିଧା ଦେବେ। ବିଦେଶରେ ପୁଞ୍ଜି ନିବେଶ କରିଥିବା ୪୦ ପ୍ରତିଶତ ଲୋକ ଏଲିଫ୍ୟାଣ୍ଟ ବଣ୍ଡରେ ଅର୍ଥ ଲଗାଇବେ ବୋଲି ଆଶା କରାଯାଉଛି।

ଏଲିଫ୍ୟାଣ୍ଟ ବଣ୍ଡ୍‌ ଏମ୍‌ନେଷ୍ଟୀ ସ୍କିମ୍‌ ଭଳି ହେବ। କିନ୍ତୁ ଏବେ ପର୍ଯ୍ୟନ୍ତର ସରକାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି। ଏନେଇ ବର୍ତ୍ତମାନ କେବଳ ବିଚାର ଓ ପରାମର୍ଶ ନିଆଯାଉଛି। ଲୋକସଭାର ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ବିତ୍ତମନ୍ତ୍ରୀ ଅନୁରାଗ ଠାକୁର ଏହା କହିଛନ୍ତି।

ତେବେ ଆଜି କେନ୍ଦ୍ର ସରକାର ଭାରତ ବଣ୍ଡ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ(ETF)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସାର୍ବଜନୀନ କମ୍ପାନୀରେ ନିବେଶର ସୁବିଧା ଦେଉଥିବା ଏହା ଭାରତର ପ୍ରଥମ କର୍ପୋରେଟ୍‌ ଇଟିଏଫ୍‌ ବୋଲି ଜଣାଯାଇଛି। କେନ୍ଦ୍ରୀୟ କ୍ୟାବିନେଟ୍‌ ବୁଧବାର ଏନେଇ ମଞ୍ଜୁରୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.