ଆସନ୍ତା ୭ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଧାର୍ଯ୍ୟ ହେଲା ଗସ୍ତ ସୂଚୀ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୭ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂଧ୍ୟା ସାଢେ ୭ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିିବେ। ରାଜଭବନରେ ରାତ୍ରିଯାପନ କରିବେ । ୮ ତାରିଖ ସକାଳ ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ଅଭିମୁଖେ ଯିବେ। ସକାଳ ୧୦ଟା ୧୦ରେ ଗୋଶାଳା ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ବରୁଣେଇ ପାହାଡ଼ ଗସ୍ତ କରିବେ। ସକାଳ ସାଢେ ୧୦ଟାରେ ବରୁଣେଇ ପାହାଡ଼ରେ ପାଇକ ବିଦ୍ରୋହ ସ୍ମାରକୀର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ୧୨ଟା ୧୫ରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ମଧ୍ୟାହ୍ନ ୧୨ଟା ୩୫ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉଦଯାପନୀ ସମାରୋହରେ ଯୋଗ ଦେବେ। ସେଠାରୁ ଅପରାହ୍‌ଣ ଗୋଟାଏ ୫୦ମିନିଟରେ ରାଜଭବନ ପ୍ରତ୍ୟାବର୍ତ୍ତନ କରିବେ। ରାଜଭବନରେ ମଧ୍ୟାହ୍ନ ଭୋଜନ ପରେ ସନ୍ଧ୍ୟା ୫ଟାରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.