ଦେଶ ବିଦେଶ

ସ୍ପାଇସ୍‌ ଜେଟ୍‌ ବିମାନରେ ନିଆଁ, ପାଟନାରୁ ଦିଲ୍ଲୀ ଯାଉଥିବା ବେଳେ ମଝି ଆକାଶରେ ହୁତୁ ହୁତୁ ହୋଇ ଜଳିଲା

ପାଟନା: ସ୍ପାଇସ୍‌ ଜେଟ୍‌ରେ ନିଆଁ। ବିମାନରେ ନିଆଁ ଲାଗିବାରୁ କରାଗଲା ଜରୁରୀକାଳୀନ ଲ୍ୟାଣ୍ଡିଂ। ବିହାର ପାଟନାରୁ ସ୍ପାଇସ୍‌ ଜେଟ୍‌ର ବିମାନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ପାଟନାରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍‌ ଜେଟ୍‌ର ବିମାନରେ ନିଆଁ ଲାଗିଯାଇଛି। ଏହି ବିମାନରେ ଅନେକ ଯାତ୍ରୀ ଯାତ୍ରା କରୁଥିଲେ। କୁହାଯାଉଛି ଯେ ବିମାନକୁ ପାଟନା ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି। ଏବେ ଯାଏଁ ଏହି ଘଟଣାରେ କେହି ମୃତାହତ ହୋଇଥିବା ନେଇ ଖବର ସାମ୍ନାକୁ ଆସି ନାହିଁ।

ସୂଚନା ମୁତାବକ, ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଛି। ନିଆଁ ଲାଗିଥିବା ନେଇ ସୂଚନା ମିଳିବା ପରେ ଏୟାରପୋର୍ଟ ପ୍ରଶାସନ ଆଲର୍ଟ ହୋଇଯାଇଛନ୍ତି। ବିମାନ ଲ୍ୟାଣ୍ଡିଂ ହେବା ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଉଛି।

ଏ ନେଇ ପାଟନାର ଏସ୍‌ଏଏସ୍‌ପି କହିଛନ୍ତି, ବିମାନ ଉଡ଼ାଣ ଭରିବାର ତୁରନ୍ତ ପରେ ଇଞ୍ଜିନ୍‌ରୁ ଧୂଆଁ ବାହାରିଥିଲା। ଏହା ପରେ ବିମାନକୁ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ କେଉଁ କାରଣରୁ ବିମାନର ଇଞ୍ଜିନରେ ନିଆଁ ଲାଗିଛି, ସେ ନେଇ ସଠିକ୍‌ ସୂଚନା ମିଳିପାରିନାହିଁ।

ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ ବାହାରେ ଆମ୍ବୁଲାନ୍ସ ମୁତୟନ ଅଛନ୍ତି। ଆବଶ୍ୟକ ପଡ଼ିଲେ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ପଠାଯିବ। ଏବେ ବିମାନରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଏଥିପାଇଁ ଏୟାରପୋର୍ଟରେ ଅତିରିକ୍ତ ଅଗ୍ନିଶମ ଗାଡ଼ି ମଧ୍ୟ ରଖାଯାଇଥିବା ଜଣାଯାଇଛି।

Also Read: ବିବାହର ଦେଢ଼ ମାସ ପରେ ବିଗିଡ଼ିଲା ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା, ଅଲଟ୍ରାସାଉଣ୍ଡ୍‌ କରିବାରୁ ଜଣାପଡ଼ିଲା ଅଛନ୍ତି ୪ ମାସର ଗର୍ଭବତୀ

WCW 11

Recent Posts

ୟୁପି : ଜଣେ ଭିନ୍ନକ୍ଷମ ଶିଶୁକୁ ମାରିବା ଇନ୍ସପେକ୍ଟରଙ୍କ ପାଇଁ ପଡିଲା ମହଙ୍ଗା, ଭାଇରାଲ ହେଉଛି ଭିଡିଓ

ୟୁପିର ବିଜନୋରରେ ପିଲାଙ୍କୁ ପିଟିଥିବା ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ…

3 mins ago

ରୋଜଗାର କରିବା ବୟସରେ ଦାଉ ସାଜୁଛି ରୋଗ, ପରିବାର ଚଳିବ କେମିତି ?

ନୟାଗଡ଼: ଜୀବନରେ ଦୁଃଖ ଆଉ ସୁଖ ଏ ତ ଲାଗି ରହିଛି । ହେଲେ ଏହି ଦୁଃଖ ବେଳେ ବେଳେ…

4 mins ago

ଏସି ଥଣ୍ଡାରେ ଚୋରି କରିବାକୁ ଭୁଲି ଶୋଇପଡିଲା ଚୋର, ସକାଳୁ ଉଠିଲା ବେଳକୁ ସାମ୍ନାରେ ପୋଲିସ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଚୋରି କରିବାକୁ ଆସିଥିବା ଚୋର ରୁମରେ ଏସି ଥଣ୍ଡା…

6 mins ago

ଆଜି ବିଶ୍ୱ ବାଇସାଇକେଲ ଦିବସ

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱ ବାଇସାଇକେଲ ଦିବସ । ଏହି ଅବସରରେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ସାଇକେଲ ଯାତ୍ରା…

28 mins ago

ପୁଲୱାମାରେ ଏନକାଉଣ୍ଟର: ଘର ଭିତରେ ଲୁଚିଛନ୍ତି ୨ ଲସ୍କର କମାଣ୍ଡର

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ପୁଲୱାମା ନିହାମ ଅଞ୍ଚଳରେ…

48 mins ago

ଝିଅ ସହ Yachtରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ଫ୍ୟାନ୍ସଙ୍କ ହୃଦୟ ଜିତିଲା ମାଳତୀଙ୍କ କ୍ୟୁଟନେସ୍

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ତେଣୁ ଆଜି ତାଙ୍କୁ ଏକ ଗ୍ଲୋବାଲ ଷ୍ଟାର…

59 mins ago