ସ୍ପାଇସ୍ ଜେଟ୍ ବିମାନରେ ନିଆଁ, ପାଟନାରୁ ଦିଲ୍ଲୀ ଯାଉଥିବା ବେଳେ ମଝି ଆକାଶରେ ହୁତୁ ହୁତୁ ହୋଇ ଜଳିଲା

ପାଟନା: ସ୍ପାଇସ୍ ଜେଟ୍ରେ ନିଆଁ। ବିମାନରେ ନିଆଁ ଲାଗିବାରୁ କରାଗଲା ଜରୁରୀକାଳୀନ ଲ୍ୟାଣ୍ଡିଂ। ବିହାର ପାଟନାରୁ ସ୍ପାଇସ୍ ଜେଟ୍ର ବିମାନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ପାଟନାରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍ର ବିମାନରେ ନିଆଁ ଲାଗିଯାଇଛି। ଏହି ବିମାନରେ ଅନେକ ଯାତ୍ରୀ ଯାତ୍ରା କରୁଥିଲେ। କୁହାଯାଉଛି ଯେ ବିମାନକୁ ପାଟନା ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି। ଏବେ ଯାଏଁ ଏହି ଘଟଣାରେ କେହି ମୃତାହତ ହୋଇଥିବା ନେଇ ଖବର ସାମ୍ନାକୁ ଆସି ନାହିଁ।
ସୂଚନା ମୁତାବକ, ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଛି। ନିଆଁ ଲାଗିଥିବା ନେଇ ସୂଚନା ମିଳିବା ପରେ ଏୟାରପୋର୍ଟ ପ୍ରଶାସନ ଆଲର୍ଟ ହୋଇଯାଇଛନ୍ତି। ବିମାନ ଲ୍ୟାଣ୍ଡିଂ ହେବା ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଉଛି।
#BREAKING | We experienced a turbulent landing, passengers onboard panicked: Passenger of Delhi bound SpiceJet flight that caught fire mid-air and made emergency landing at Patna airport
Tune in – https://t.co/k00lO446Jh pic.twitter.com/Jw84n0DxgB
— Republic (@republic) June 19, 2022
ଏ ନେଇ ପାଟନାର ଏସ୍ଏଏସ୍ପି କହିଛନ୍ତି, ବିମାନ ଉଡ଼ାଣ ଭରିବାର ତୁରନ୍ତ ପରେ ଇଞ୍ଜିନ୍ରୁ ଧୂଆଁ ବାହାରିଥିଲା। ଏହା ପରେ ବିମାନକୁ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ କେଉଁ କାରଣରୁ ବିମାନର ଇଞ୍ଜିନରେ ନିଆଁ ଲାଗିଛି, ସେ ନେଇ ସଠିକ୍ ସୂଚନା ମିଳିପାରିନାହିଁ।
ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ ବାହାରେ ଆମ୍ବୁଲାନ୍ସ ମୁତୟନ ଅଛନ୍ତି। ଆବଶ୍ୟକ ପଡ଼ିଲେ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ପଠାଯିବ। ଏବେ ବିମାନରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଏଥିପାଇଁ ଏୟାରପୋର୍ଟରେ ଅତିରିକ୍ତ ଅଗ୍ନିଶମ ଗାଡ଼ି ମଧ୍ୟ ରଖାଯାଇଥିବା ଜଣାଯାଇଛି।