ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ, ଡିସିପି ଏକାଦଶକୁ ହରାଇଲା କ୍ରାଇମ ରିପୋର୍ଟର ଏକାଦଶ

ଭୁବନେଶ୍ୱର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏକ ବନ୍ଧୁତ୍ୱପୂର୍ଣ ମ୍ୟାଚ କ୍ରାଇମ ରିପୋର୍ଟର ଏକାଦଶ ଡିସିପି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚକୁ ଜିତିନେଇଛି କ୍ରାଇମ ରିପୋର୍ଟର ଏକାଦଶ। କ୍ରାଇମ ରିପୋର୍ଟର ଏକାଦଶ ଏବଂ ଡିସିପି ଏକାଦଶ ମଧ୍ୟରେ ହୋଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ଡିସିପିଏକାଦଶ୧୫୨ ରନ କରିଥିଲା । ଏହାର ଜବାବରେ କ୍ରାଇମ ରିପୋର୍ଟର ଏକାଦଶର ଖେଳାଳି ସରୋଜଙ୍କ ଧୁଆଁଧାର ୫୦ଓ ସୁବାଷଙ୍କ ଚିତାକର୍ଷକ ୬୧ରନ ଦ୍ୱାରା ୧୩ଟି ବଲ ଥାଇ ମ୍ୟାଚ ଜିତିନେଇଥିଲା କ୍ରାଇମ ରିପୋର୍ଟର ଏକାଦଶ।

ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା ଡିସିପି ଏକାଦଶ ଟିମ୍‌। ନିର୍ଦ୍ଧାରିତ ୧୫ ଓଭରରେ ୧୫୨ ରନ୍‌ କରି ୧୫୩ରନର ଟାର୍ଗେଟ ଦେଇଥିଲା। ଯାହାକୁ ଅତି ସହଜରେ ଆଉ ୧୩ଟି ବଲ୍‌ ଥାଇ ଜିତିନେଇଥିଲା କ୍ରାଇମ ରିପୋର୍ଟର ଏକାଦଶ।