କଟକ ସିଡିଏ ସେକ୍ଟର ୬ରେ ଅଗ୍ନିକାଣ୍ଡ: ୩ ମହଲା ବିଶିଷ୍ଟ ଘରର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ଲାଗିଛି ନିଆଁ

କଟକ (କେନ୍ୟୁଜ)): କଟକ ସିଡିଏ ସେକ୍ଟର ୬ରେ ଅଗ୍ନିକାଣ୍ଡ । ୩ ମହଲା ବିଶିଷ୍ଟ ଘରର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ଲାଗିଛି ନିଆଁ । ଘଟଣାସ୍ଥଳରେ ବିଡାନାସୀ ଅଗ୍ନିଶମ ବାହିନୀ ପହଞ୍ଚି ନିଅାଁକୁ ଆୟତ୍ତ କରିଛି । ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।
ଧୂଆଁ ଅଧିକ ଥିବାରୁ ଘର ଭିତରକୁ ପ୍ରବେଶ କରିବା କଷ୍ଟକର ହୋଇପଡିଥିଲା । ତେବେ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡରେ ପ୍ରାୟ ଏକ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।