Below header

ପତି ଓ ପତ୍ନୀ ମିଶି କଲେ ବିୟର ପାର୍ଟି, ଖାଇବାକୁ ଦେବାକୁ ମନା କରିବାରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କିଛି ନା କିଛି ଅପରାଧ ମାମଲା ସାମ୍ନାକୁ ଆସିଥାଏ। ଆଉ ଏବେ ଯେଉଁ ଖବର ସାମ୍ନାକୁ ଆସିଛି, ସେ ବିଷୟରେ ଜାଣିଲେ ହୁଏତ ଆପଣଙ୍କ ମୁଣ୍ଡ ଆଉ କାମ କରିବନି। ଦିଲ୍ଲୀର ସୁଲତାନପୁରରେ ୪୭ ବର୍ଷୀୟ ସ୍ୱାମୀ, ପତ୍ନୀଙ୍କ ସହିତ ବସି ମଦ ପିଇବା ପରେ ପତ୍ନୀଙ୍କୁ ଖାଇବା ମାଗିଥିଲେ। ଆଉ ପତ୍ନୀ ଜଣକ ଖାଇବାକୁ ଦେବାକୁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କରିଥିଲେ ସ୍ୱାମୀ। କେବଳ ଏତିକି ନୁହେଁ ପତ୍ନୀକୁ ହତ୍ୟା କରିବା ପରେ ରାତିସାରା ଶୋଇଥିଲେ ପତ୍ନୀ। ଏମିତି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ପୋଲିସ ଖବର ମୁତାବକ, ସୁଲତାନପୁରରେ ରହୁଥିବା ୪୭ ବର୍ଷୀୟ ସ୍ୱାମୀ ବିନୋଦ କୁମାର ଦୁବେ ଗୁରୁବାର ରାତିରେ ୨୯ ବର୍ଷୀୟା ପତ୍ନୀଙ୍କ ସୋନାଲୀଙ୍କ ସହିତ ମଦ ପାର୍ଟି କରିଥିଲେ। ଦୁହେଁ ସାଙ୍ଗ ହୋଇ ପିଇଲେ । ଏହାପରେ ବିନୋଦ ସୋନାଲୀଙ୍କୁ ଖାଇବା ମାଗିଥିଲେ ଆଉ ସୋନାଲୀ ଖାଦ୍ୟ ଦେବାକୁ ମନା କରିଦେଇଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗିଥିଲା। ଆଉ ସ୍ୱାମୀ ବିନୋଦ ସୋନାଲୀଙ୍କ ମୁହଁକୁ ତକିଆରେ ମାଡିବସିଥିଲେ। ଆଉ ଏହା ଯୋଗୁଁ ସୋନାଲୀଙ୍କ ମୃତ୍ୟୁ ହୋଇଥିଲା। ବିନୋଦ ମଧ୍ୟ ନିଶାରେ ଥିଲେ ତେଣୁ ତାଙ୍କୁ ଜଣାନଥିଲା ସୋନାଲୀ ମରିଯାଇଛନ୍ତି ବୋଲି। ସୋନାଲୀକୁ ତକିଆ ମାଡି ମାରିବା ପରେ ତା ପାଖରେ ରାତିସାରା ଶୋଇଥିଲେ ସ୍ୱାମୀ ବିନୋଦ।

death

ସକାଳୁ ଉଠିବା ପରେ ବିନୋଦଙ୍କୁ ହୋସ ଆସିବା ପରେ ସ୍ତ୍ରୀ ସୋନାଲୀ ମରିଯାଇଛନ୍ତି ବୋଲି ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ବିନୋଦ ଘରୁ ୪୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପୋଲିସ ଘଟଣା ବିଷୟରେ ଜାଣିବା ପରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇ ପଠାଇଥିଲା। ସ୍ୱାମୀ ବିନେଦାର ଫୋନ ନଂରୁ ପତ୍ତା ଲଗାଇ ଗିରଫ କରିଥିଲା।

ସ୍ୱାମୀ ବିନୋଦଙ୍କ ପାଖରେ ମୋଟ ୪୩, ୨୮୦ ଟଙ୍କା, ଏକ ବ୍ୟାଗ୍‌, ଦୁଇଟି ମଦ ବୋତଲ ଏବଂ ରକ୍ତ ଜୁଡୁବୁଡୁ ମାରଣାସ୍ତ୍ର ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.