ଦେଶ ବିଦେଶ

ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଟିକାକୁ ବ୍ରିଟେନ୍ ରେ ଅନୁମତି, ଏହାକୁ ବ୍ରିଟିଶ୍‌ ବିଜ୍ଞାନର ବିଜୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ବ୍ରିଟେନ୍‌ରେ ଅକ୍ସଫୋର୍ଡ ଟିକାକୁ ଅନୁମତି । ପ୍ରଥମ ଦେଶ ଭାବେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେଲା ବ୍ରିଟେନ୍‌ । ବ୍ରିଟେନ୍‌ରେ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ବ୍ୟାପୁଥିବା ବେଳେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ବ୍ରିଟେନ୍‌ର ମେଡିସିନ୍‌ସ୍‌ ଆଣ୍ଡ ହେଲ୍‌ଥ ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍‌ସି-MHRA ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ ଟିକାକୁ ଅନୁମତି ଦେଇଛି ।

ଏବେ ଇଂଲଣ୍ଡ ଟିକାକରଣରେ ସାମିଲ ହେବ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା । ଆସନ୍ତା ୪ ତାରିଖରୁ ବ୍ରିଟିଶ ନାଗରିକଙ୍କୁ ଅକ୍ସଫୋର୍ଡ ଟିକା ଦିଆଯିବ । ଅକ୍ସଫୋର୍ଡ ଟିକାକକୁ ଅନୁମତି ପରେ ଦେଶର ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ । ଏହାକୁ ବ୍ରିଟିଶ ବିଜ୍ଞାନର ବିଜୟ ବୋଲି କହିଛନ୍ତି । ଏବେ ଯଥା ସମ୍ଭବ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ ବୋଲି ଜନସନ୍‌ କହିଛନ୍ତି । ଅନ୍ୟପଟେ ପୂର୍ବରୁ ଫାଇଜର ଟିକାକୁ ଅନୁମତି ଦେଇଥିଲା ବ୍ରିଟେନ୍‌ ।

ସାଧାରଣ ଫ୍ରିଜ୍‌ ତାପମାତ୍ରାରେ ଅକ୍ସଫୋର୍ଡ ଟିକା ରହି ପାରୁଥିବାରୁ ଏହାର ପରିବହନ ଏବଂ ଗଛିତ ରଖିବା ଖୁସ୍‌ ସହଜ । ୧୦ କୋଟି ଡୋଜ୍‌ ଅକ୍ସଫୋର୍ଡ ଟିକା କିଣିବେ ବ୍ରିଟେନ୍‌ ସରକାର । ଏହି ଟିକାର ଗୋଟିଏ ଡୋଜ୍‌ ନେବାର ୧୨ ସପ୍ତାହ ମଧ୍ୟରେ ଆଉ ଗୋଟିଏ ଡୋଜ୍‌ ନେବାକୁ ହେବ । ଅକ୍ସଫୋର୍ଡ ଟିକାକୁ ବ୍ରିଟେନର ଅନୁମତି ଭାରତ ପାଇଁ ଉତ୍ସାହପ୍ରଦ । ବ୍ରିଟେନ୍‌ ଅନୁମତିକୁ ଭାରତ ଅପେକ୍ଷା କରିଥିଲା । ଭାରତରେ ଅକ୍ସଫୋର୍ଡ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଛି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅକ୍ସଫୋର୍ଡ ଟିକା ଉତ୍ପାଦନ କରୁଛି । ଭାରତରେ ଏହାର ନାଁ ରହିଛି କୋଭିସିଲ୍‌ଡ୍‌ । ବ୍ରିଟେନ୍‌ ଅନୁମତି ଦେବା ପରେ ଏବେ ଡିସିଜିଆଇ ଭାରତରେ ଅନୁମତି ଦେବା ଉପରେ ତୁରନ୍ତ ବିଚାର କରିବ । ପ୍ରାୟ ୫ କୋଟି ଡୋଜ୍‌ କୋଭିସିଲ୍‌ଡ ମହଜୁଦ ରଖିଛି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ । ଏହାର ସିଂହଭାଗ ଭାରତକୁ ମିଳିବ ।

KNews Bureau

Recent Posts

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

21 mins ago

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

1 hour ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

1 hour ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

1 hour ago

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…

1 hour ago

କୁଲରରେ ପରିଣତ ହେଲା ପୁରୁଣା ଟିଭି, ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…

1 hour ago