ରାଜ୍ୟ

ଆଜି ନରସିଂହପୁରରେ ସରୁଛି କଣ୍ଟେନମେଣ୍ଟ ଅବଧି, ଚିହ୍ନଟ ହୋଇଥିଲେ ୭ ପଜିଟିଭ

ନରସିଂହପୁର: ଆଜି ନରସିଂହପୁରରେ ସରୁଛି କଣ୍ଟେନମେଣ୍ଟ ଅବଧି। କଟକ ଜିଲ୍ଲା ନରସିଂହପୁର ବ୍ଲକ କାକୁଡିଆ ଗ୍ରାମପଞ୍ଚୟତ କାକୁଡିଆ ଗ୍ରାମରେ ପ୍ରଥମେ ୬ ଜଣ ଓ ପରେ ଜଣେ ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଏଥିସହ ଦୀର୍ଘଦିନ ପରେ ରାଜ୍ୟରେ ପୁଣି ଫେରିଥିଲା କଣ୍ଟେନମେଣ୍ଟ ଜୋନ୍। ଆଜି କଣ୍ଟେନମେଣ୍ଟ ଅବଧି ଶେଷ ହେଉଛି।

ସୂଚନାଯୋଗ୍ୟ ଯେ ନରସିଂହପୁର ବ୍ଲକ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କାକୁଡିଆ ପଞ୍ଚାୟତରେ ସ୍ଵ‌ତନ୍ତ୍ର କୋଭିଡ ପରୀକ୍ଷଣ ଶିବିରରେ ମୋଟ ୩୨୧ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିବାବେଳେ ସେଥିରୁ ୭ ଜଣଙ୍କର କରୋନା ବାହାରିଥିଲା। ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବା ବେଳେ କୋଭିଡ କିଟ୍ ଯୋଗାଇ ଦିଆଯାଇଥିଲା । ଗାଁକୁ ଦମକଳ ସାହାଯ୍ଯରେ ବିଶୋଧିତ କରାଯାଇଥିଲା। ଏନେଇ ବିଭିନ୍ନ ସ୍ଥାନରେ ବିଧାୟକ, ବିଡିଓ, ତହସିଲଦାର ସମେତ ସମୀକ୍ଷା କରିଥିଲେ।

WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago