ଆଜି ନରସିଂହପୁରରେ ସରୁଛି କଣ୍ଟେନମେଣ୍ଟ ଅବଧି, ଚିହ୍ନଟ ହୋଇଥିଲେ ୭ ପଜିଟିଭ

ନରସିଂହପୁର: ଆଜି ନରସିଂହପୁରରେ ସରୁଛି କଣ୍ଟେନମେଣ୍ଟ ଅବଧି। କଟକ ଜିଲ୍ଲା ନରସିଂହପୁର ବ୍ଲକ କାକୁଡିଆ ଗ୍ରାମପଞ୍ଚୟତ କାକୁଡିଆ ଗ୍ରାମରେ ପ୍ରଥମେ ୬ ଜଣ ଓ ପରେ ଜଣେ ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଏଥିସହ ଦୀର୍ଘଦିନ ପରେ ରାଜ୍ୟରେ ପୁଣି ଫେରିଥିଲା କଣ୍ଟେନମେଣ୍ଟ ଜୋନ୍। ଆଜି କଣ୍ଟେନମେଣ୍ଟ ଅବଧି ଶେଷ ହେଉଛି।
ସୂଚନାଯୋଗ୍ୟ ଯେ ନରସିଂହପୁର ବ୍ଲକ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କାକୁଡିଆ ପଞ୍ଚାୟତରେ ସ୍ଵତନ୍ତ୍ର କୋଭିଡ ପରୀକ୍ଷଣ ଶିବିରରେ ମୋଟ ୩୨୧ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିବାବେଳେ ସେଥିରୁ ୭ ଜଣଙ୍କର କରୋନା ବାହାରିଥିଲା। ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବା ବେଳେ କୋଭିଡ କିଟ୍ ଯୋଗାଇ ଦିଆଯାଇଥିଲା । ଗାଁକୁ ଦମକଳ ସାହାଯ୍ଯରେ ବିଶୋଧିତ କରାଯାଇଥିଲା। ଏନେଇ ବିଭିନ୍ନ ସ୍ଥାନରେ ବିଧାୟକ, ବିଡିଓ, ତହସିଲଦାର ସମେତ ସମୀକ୍ଷା କରିଥିଲେ।