Below header

ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଟିକାକୁ ବ୍ରିଟେନ୍ ରେ ଅନୁମତି, ଏହାକୁ ବ୍ରିଟିଶ୍‌ ବିଜ୍ଞାନର ବିଜୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ବ୍ରିଟେନ୍‌ରେ ଅକ୍ସଫୋର୍ଡ ଟିକାକୁ ଅନୁମତି । ପ୍ରଥମ ଦେଶ ଭାବେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେଲା ବ୍ରିଟେନ୍‌ । ବ୍ରିଟେନ୍‌ରେ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ବ୍ୟାପୁଥିବା ବେଳେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ବ୍ରିଟେନ୍‌ର ମେଡିସିନ୍‌ସ୍‌ ଆଣ୍ଡ ହେଲ୍‌ଥ ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍‌ସି-MHRA ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ ଟିକାକୁ ଅନୁମତି ଦେଇଛି ।

ଏବେ ଇଂଲଣ୍ଡ ଟିକାକରଣରେ ସାମିଲ ହେବ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା । ଆସନ୍ତା ୪ ତାରିଖରୁ ବ୍ରିଟିଶ ନାଗରିକଙ୍କୁ ଅକ୍ସଫୋର୍ଡ ଟିକା ଦିଆଯିବ । ଅକ୍ସଫୋର୍ଡ ଟିକାକକୁ ଅନୁମତି ପରେ ଦେଶର ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ । ଏହାକୁ ବ୍ରିଟିଶ ବିଜ୍ଞାନର ବିଜୟ ବୋଲି କହିଛନ୍ତି । ଏବେ ଯଥା ସମ୍ଭବ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ ବୋଲି ଜନସନ୍‌ କହିଛନ୍ତି । ଅନ୍ୟପଟେ ପୂର୍ବରୁ ଫାଇଜର ଟିକାକୁ ଅନୁମତି ଦେଇଥିଲା ବ୍ରିଟେନ୍‌ ।

vaccine-ସାଧାରଣ ଫ୍ରିଜ୍‌ ତାପମାତ୍ରାରେ ଅକ୍ସଫୋର୍ଡ ଟିକା ରହି ପାରୁଥିବାରୁ ଏହାର ପରିବହନ ଏବଂ ଗଛିତ ରଖିବା ଖୁସ୍‌ ସହଜ । ୧୦ କୋଟି ଡୋଜ୍‌ ଅକ୍ସଫୋର୍ଡ ଟିକା କିଣିବେ ବ୍ରିଟେନ୍‌ ସରକାର । ଏହି ଟିକାର ଗୋଟିଏ ଡୋଜ୍‌ ନେବାର ୧୨ ସପ୍ତାହ ମଧ୍ୟରେ ଆଉ ଗୋଟିଏ ଡୋଜ୍‌ ନେବାକୁ ହେବ । ଅକ୍ସଫୋର୍ଡ ଟିକାକୁ ବ୍ରିଟେନର ଅନୁମତି ଭାରତ ପାଇଁ ଉତ୍ସାହପ୍ରଦ । ବ୍ରିଟେନ୍‌ ଅନୁମତିକୁ ଭାରତ ଅପେକ୍ଷା କରିଥିଲା । ଭାରତରେ ଅକ୍ସଫୋର୍ଡ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଛି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅକ୍ସଫୋର୍ଡ ଟିକା ଉତ୍ପାଦନ କରୁଛି । ଭାରତରେ ଏହାର ନାଁ ରହିଛି କୋଭିସିଲ୍‌ଡ୍‌ । ବ୍ରିଟେନ୍‌ ଅନୁମତି ଦେବା ପରେ ଏବେ ଡିସିଜିଆଇ ଭାରତରେ ଅନୁମତି ଦେବା ଉପରେ ତୁରନ୍ତ ବିଚାର କରିବ । ପ୍ରାୟ ୫ କୋଟି ଡୋଜ୍‌ କୋଭିସିଲ୍‌ଡ ମହଜୁଦ ରଖିଛି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ । ଏହାର ସିଂହଭାଗ ଭାରତକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.