ଘରେ ବିଶେଷ ଉର୍ଜା ସଂଚାଳିତ ପାଇଁ ଏହିସ୍ଥାନରେ ଲଗାନ୍ତୁ ଶିବଙ୍କ ମୂର୍ତ୍ତି, ମିଳିବ ଅନେକ ଫାଇଦା, ନଚେତ ଭୋଗିବେ ବଡ କ୍ଷତି

ଘରେ ଦେବାଦେବୀଙ୍କ ପ୍ରତିମା କିମ୍ବା ଫଟୋ ଲଗାଇବା ସମୟରେ ବାସ୍ତୁଶାସ୍ତ୍ରରେ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ। ତେଣୁ ଘରେ ଭଗବାନ ଶିଙ୍କ ପ୍ରତିମା କିମ୍ବା ଫଟୋ ଲଗାଇବା ସମୟରେ ଅନେକ କଥାର ଧ୍ୟାନ ରଖିବାକୁ ହୋଇଥାଏ। ଯାହାଦ୍ବାରା ଶୁଭଫଳ ମିଳିଥାଏ।
ଘରେ ଶିବଙ୍କ ପ୍ରତିମା କିମ୍ବା ଫଟୋ ଲଗାଇବା ପାଇଁ ଉପଯୁକ୍ତ ସ୍ଥାନ ହେଉଛି ଉତ୍ତର ଦିଗ। ଶିବଙ୍କ ନିବାସ କୈଳାସ ପର୍ବତରେ ଉତ୍ତର ଦିଗରେ ହୋଇଥିବାରୁ ଭଗବାନ ଶିବଙ୍କ ପ୍ରତିମା ଓ ଫଟୋ ଉତ୍ତର ଦିଗରେ ଲଗାଇବା ଉଚିତ। ଏମିତି କଲେ ଘରେ ବିଶେଷ ଉର୍ଜା ସଂଚାରିତ ହୋଇଥାଏ।
ଘରେ ଭଗବାନ ଶିବଙ୍କ ଏମିତି ଫଟୋ କିମ୍ବା ପ୍ରତିମା ଲଗାନ୍ତୁ, ଯେଉଁଥିରେ ଶିବ ଧ୍ୟାନ ମୁଦ୍ରାରେ ଥିବେ କିମ୍ବା ନନ୍ଦୀ ଉପରେ ଧ୍ୟାନ ମୁଦ୍ରାରେ ବସିଥିବେ। ଏମିତି ଫଟୋ ଲଗାଇଲେ ଘରର ଲୋକଙ୍କ ମଧ୍ୟରେ ପ୍ରେମ ବଢିଥାଏ।
ଘରେ ସବୁବେଳେ ଶିବଙ୍କର ଏମିତି ଫଟୋ ଲଗାନ୍ତୁ, ଯେଉଁଥିରେ ଶିବ ନିଜ ପୁରା ପରିବାର ସହିତ ବସିଥିବା ନଜର ଆସିବେ। ଏମିତି ଫଟୋ ଲଗାଇବା ଦ୍ବାରା ସମସ୍ତ କାର୍ଯ୍ଯ ପୂରଣ ହୋଇଥାଏ। ପରିବାରରେ ସୁଖ ଶାନ୍ତି ଲାଗି ରହିଥାଏ।
– ଭଗବାନଙ୍କ ଶିବଙ୍କ ନଟରାଜଙ୍କ ମୂର୍ତ୍ତି କିମ୍ବା ଫଟୋ ଘରେ କିମ୍ବା ଅଫିସରେ କଦାପି ରଖନ୍ତୁ ନାହିଁ।
– ଭଗବାନ ଶିବଙ୍କ ରୌଦ୍ର ରୂପ ଥିବା ମୂର୍ତ୍ତି କିମ୍ବା ପ୍ରତିମା ଲଗାନ୍ତୁ ନାହିଁ।
– ଘରେ ରଖିଥିବା ଫଟୋ ଏବଂ ପ୍ରତିମାକୁ ସଫାସୁତରା ରଖିବା ଉଚିତ।