ପୁଣିଥରେ ଦେଖିବାକୁ ମିଳିଲା ଠେକୁଆ ଓ କଇଁଛ କାହାଣୀ, ଜିତିବା ପୂର୍ବରୁ ସେଲିବ୍ରେଟ୍‌ କରିବା ପଡ଼ିଲା ମହଙ୍ଗା; ଦେଖନ୍ତୁ ଭିଡିଓ

ପିଲାବେଳେ କଇଁଛ ଓ ଠେକୁଆ ଗପ ତ ସମସ୍ତେ ଶୁଣିଥିବେ। ଠେକୁଆ ଅତି ଉତ୍ସାହିତ ହୋଇ କଇଁଛକୁ ତୁଚ୍ଛ ମଣି ଦୌଡ଼ ବେଳେ ବୁଦାମୂଳେ ଶୋଇପଡ଼ିଥିଲା। ଏହି ସମୟରେ କଇଁଛ ଧୀରେ ଧୀରେ ଚାଲି ଚାଲି ରେସ୍‌ ଜିତିଯାଇଥିଲା। ଏବେ ଠିକ୍‌ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଏକ ବାଇକ୍‌ ରେସ୍‌ରେ। ରେସ୍‌ରେ ସବୁଠୁ ଆଗରେ ଥିବା ଜଣେ ରେସ୍‌ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଅତି ଖୁସି ହୋଇ ବାଇକ୍‌ ଉପରେ ଠିଆ ହୋଇ ଷ୍ଟଣ୍ଟ ଦେଖାଉଥିବା ବେଳେ ପଛରେ ଥିବା ରେସ୍‌ର ସ୍ପିଡ୍‌ରେ ଆସି କଇଁଛ ଭଳି ରେସ୍‌ ଜିତିଯାଉଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by André Verissimo #9 (@verissimoandre)

ଭେରିସ ମୋଆଣ୍ଡ୍ରେ ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ମାତ୍ର ଭିଡିଓରେ ବ୍ରାଜିଲ୍‌ ଭାଷାରେ କଥାବାର୍ତ୍ତା କରାଯାଉଛି। ଭିଡିଓରେ ଦେଖାଯାଇଛି ଯେ ଏକ ବାଇକ୍‌ ରେସିଂ ଚାଲିଛି। ରେସିଂରେ ବହୁ ପରିଶ୍ରମ ପରି ଜଣେ ବାଇକର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥିବା ବେଳେ ନିଜେ ଜିତୁଛନ୍ତି ଭାବି ଖୁସି ହୋଇ ସେଲିବ୍ରେଟ୍‌ କରିବାରେ ଲାଗିପଡ଼ିଥିଲେ। ଏହି ସମୟରେ ପଛରେ ଆସୁଥିବା ଆଉ ଜଣେ ବାଇକର ଖୁବ୍‌ ସ୍ପିଡ୍‌ରେ ଆସି ତାଙ୍କୁ ଟପି ଆଗକୁ ଚାଲିଯାଉଛନ୍ତି ଓ ରେସ୍‌ ଜିତିଯାଉଛନ୍ତି। କେବଳ ସେ ଜଣେ ନୁହେଁ ତାଙ୍କ ପରେ ଆଉ ଜଣେ ମଧ୍ୟ ଦ୍ୱିତୀୟ ହେଉଛନ୍ତି ଓ ଆଗୁଆ ଜିତୁଛନ୍ତି ଭାବି ସେଲିବ୍ରେଟ୍‌ କରୁଥିବା ବାଇକର ତୃତୀୟ ହେଉଛନ୍ତି। ତୃତୀୟ ନମ୍ବରରେ ଆସିବା ପରେ ତାଙ୍କ ମୁହଁ ଶୁଖିଯାଉଥିବା ଦେଖାଯାଇଛି।

ଏହି ଭିଡିଓରୁ ଶିକ୍ଷା ମିଳୁଛି ଯେ ଶେଷ ମିନିଟ୍‌ରେ ମଧ୍ୟ ନିଜେ ଜିତୁଛ ଭାବି କେବେ ବି ଖୁସି ହୁଅ ନାହିଁ। ଜିତିବା ପରେ ସେଲିବ୍ରେଟ୍‌ କରିବା ଉଚିତ। ନଚେତ୍‌ ଠିକ୍‌ ଠେକୁଆ ଓ ସେଲିବ୍ରେଟ୍‌ କରୁଥିବା ବାଇକର ଭଳି ଅବସ୍ଥା ହୋଇପାରେ ଏବଂ କଇଁଛ ବାଜି ମାରି ନେଇଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.