ବେଲଗାମ୍‌ ତୈଳ ଦର, ଚିନ୍ତାରେ କେନ୍ଦ୍ର ସରକାର

ଦିଲ୍ଲୀ(କେନ୍ଯୁଜ୍) : ବଢିଚାଲିଛି ତୈଳ ଦର, ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ଅଶୋଧିତ ତେଲ ଦରବୃଦ୍ଧି ପ୍ରସଙ୍ଗରେ ଭାରତ ସମେତ ବିଶ୍ୱର ପ୍ରମୁଖ ତୈଳ କମ୍ପାନିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇରାନ ଉପରେ ଆମେରିକାର କଟକଣା ଏବଂ ଅସ୍ଥିର ତେଳ ଦର ଯୋଗୁ ପ୍ରଭାବିତ ହେବାକୁ ଥିବା ଅଭିବୃଦ୍ଧି ନେଇ ଆଲୋଚନା ହେବ । ତୃତୀୟ ବାର୍ଷିକ ବୈଠକରେ ତୈଳ ଓ ଗ୍ୟାସ ଅନ୍ବେଷଣ କ୍ଷେତ୍ରରେ ଥିବା ପୁଞ୍ଜି ନିବେଶ ପୁନରୁଦ୍ଧାର ନେଇ ବି ଆଲୋଚନା ହେବ ।

୨୦୧୬ ଜାନୁଆରୀ ୫ରେ ତୈଳ କମ୍ପାନି ମୁଖ୍ୟଙ୍କ ସହ ମୋଦିଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାକୃତିକ ଗ୍ୟାସରେ ସଂସ୍କାର ଆଣିବା ନେଇ ପରାମର୍ଶ ଗ୍ରହଣ କରାଯାଇଥିଲା । ସେହିପରି ୨୦୧୭ ଅକ୍ଟୋବରରେ ଦ୍ୱିତୀୟ ବୈଠକ ହୋଇଥିଲା । ଏଥିରେ ରାଷ୍ଟ୍ରାୟତ୍ତ ଓଏନଜିସି ଓ ଅଏଲ ଇଣ୍ଡିଆ ଲିମିଟେଡର ତୈଳ ଓ ଗ୍ୟାସ ଫିଲ୍ଡରେ ବିଦେଶୀ ଓ ଘରୋଇ କମ୍ପାନିଙ୍କୁ ଉତ୍ପାଦନ ପାଇଁ ପରାମର୍ଶ ଦିଆଯାଇଥିଲା । ସେପଟେ ଥମୁନି ପେଟ୍ରୋଲ୍‌ ତାତି, ବଢିଚାଲିଛି ଦର।

୫ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଅଢ଼େଇ ଟଙ୍କା କମାଇଥିଲେ । କିନ୍ତୁ ଆଶ୍ଚର୍ଯ୍ଯର କଥା, ଗଲା ୧୦ ଦିନ ଭିତରେ ପେଟ୍ରୋଲ ଲିଟରରେ ୧ ଟଙ୍କା ୨୨ ପଇସା ଓ ଡିଜେଲରେ ବଢ଼ିଛି ୨ ଟଙ୍କା ୫୧ ପଇସା। ଲଗାତାର ଭାବେ ତୈଳ ଦର ବଢିଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

40 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago