ବେଲଗାମ୍‌ ତୈଳ ଦର, ଚିନ୍ତାରେ କେନ୍ଦ୍ର ସରକାର

ଦିଲ୍ଲୀ(କେନ୍ଯୁଜ୍) : ବଢିଚାଲିଛି ତୈଳ ଦର, ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ଅଶୋଧିତ ତେଲ ଦରବୃଦ୍ଧି ପ୍ରସଙ୍ଗରେ ଭାରତ ସମେତ ବିଶ୍ୱର ପ୍ରମୁଖ ତୈଳ କମ୍ପାନିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇରାନ ଉପରେ ଆମେରିକାର କଟକଣା ଏବଂ ଅସ୍ଥିର ତେଳ ଦର ଯୋଗୁ ପ୍ରଭାବିତ ହେବାକୁ ଥିବା ଅଭିବୃଦ୍ଧି ନେଇ ଆଲୋଚନା ହେବ । ତୃତୀୟ ବାର୍ଷିକ ବୈଠକରେ ତୈଳ ଓ ଗ୍ୟାସ ଅନ୍ବେଷଣ କ୍ଷେତ୍ରରେ ଥିବା ପୁଞ୍ଜି ନିବେଶ ପୁନରୁଦ୍ଧାର ନେଇ ବି ଆଲୋଚନା ହେବ ।

modi୨୦୧୬ ଜାନୁଆରୀ ୫ରେ ତୈଳ କମ୍ପାନି ମୁଖ୍ୟଙ୍କ ସହ ମୋଦିଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାକୃତିକ ଗ୍ୟାସରେ ସଂସ୍କାର ଆଣିବା ନେଇ ପରାମର୍ଶ ଗ୍ରହଣ କରାଯାଇଥିଲା । ସେହିପରି ୨୦୧୭ ଅକ୍ଟୋବରରେ ଦ୍ୱିତୀୟ ବୈଠକ ହୋଇଥିଲା । ଏଥିରେ ରାଷ୍ଟ୍ରାୟତ୍ତ ଓଏନଜିସି ଓ ଅଏଲ ଇଣ୍ଡିଆ ଲିମିଟେଡର ତୈଳ ଓ ଗ୍ୟାସ ଫିଲ୍ଡରେ ବିଦେଶୀ ଓ ଘରୋଇ କମ୍ପାନିଙ୍କୁ ଉତ୍ପାଦନ ପାଇଁ ପରାମର୍ଶ ଦିଆଯାଇଥିଲା । ସେପଟେ ଥମୁନି ପେଟ୍ରୋଲ୍‌ ତାତି, ବଢିଚାଲିଛି ଦର।

petrol୫ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଅଢ଼େଇ ଟଙ୍କା କମାଇଥିଲେ । କିନ୍ତୁ ଆଶ୍ଚର୍ଯ୍ଯର କଥା, ଗଲା ୧୦ ଦିନ ଭିତରେ ପେଟ୍ରୋଲ ଲିଟରରେ ୧ ଟଙ୍କା ୨୨ ପଇସା ଓ ଡିଜେଲରେ ବଢ଼ିଛି ୨ ଟଙ୍କା ୫୧ ପଇସା। ଲଗାତାର ଭାବେ ତୈଳ ଦର ବଢିଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.