Below header

ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ କୋଲକତା ସହର, ବିଭିନ୍ନ ଥିମ୍‌କୁ ନେଇ ମଣ୍ଡପରେ ତୋରଣ ନିର୍ମାଣ

କୋଲକତା(କେନ୍ଯୁଜ୍) : ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ କୋଲକତା ସହର। ବିଭିନ୍ନ ଥିମ୍‌କୁ ନେଇ ଭିନ୍ନ ଭିନ୍ନ ମଣ୍ଡପରେ ତୋରଣ ନିର୍ମାଣ କରାଯାଇଛି। ତେବେ ଆକର୍ଷଣର କେନ୍ଦ୍ର ପାଲଟିଛି ଶ୍ରୀଭୂମି ସ୍ପୋଟିଂ କ୍ଲବର ତୋରଣ। ଚିତ୍ତୋର ରାଜପ୍ରସାଦ ଏବଂ ପଦ୍ମାବତ୍‌ ମହଲ ଡିଜାଇନ୍‌ରେ ଏହାକୁ ନିର୍ମାଣ କରାଯାଇଛି। ଚାରିମାସ ଧରି ମଣ୍ଡପ ନିର୍ମାଣ କାମରେ ଲାଗିଛନ୍ତି କାରିଗର। ପ୍ଲାଏ ଉଡ, ଗ୍ରାନାଇଟ, ପ୍ଲାଷ୍ଟର ଅଫ ପ୍ୟାରିସ , ଟାଇଲସ୍‌ ସହ ବିଭିନ୍ନ ରଙ୍ଗରେ ତିଆରି ତୋରଣ । ଉଚ୍ଚତା ରହିଛି ୧୧୦ ଫୁଟ୍‌ , ଚଉଡା ୮୫ ଫୁଟ । ଏହାସହ ଆଲୋକ ସଜ୍ଜା ମଧ୍ୟ ଆକର୍ଷଣୀୟ ହୋଇଛି। ଶ୍ରୀଭୂମି ଦୁର୍ଗାପୂଜା ମଣ୍ଡପ ସହ ଗରିଆହାଟ ମଣ୍ଡପ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.