ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଜନ୍ମଦିନ। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତ ସହ ସମ୍ପର୍କକୁ ମଜଭୁତ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମୋଦି କଲ କରି ପୁଟିନ୍ଙ୍କୁ ଶୁଭକାମନା ଜଣାଇଛନ୍ତି। ଏନେଇ ସେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
ମୋଦି ଟ୍ଵିଟ୍ କରି ଲେଖିଛନ୍ତି ମୋ ବନ୍ଧୁ ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ କଥା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲି। ଭାରତ ଓ ଋଷିଆ ମଧ୍ୟରେ ସମ୍ପର୍କକୁ ମଜଭୁତ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି। ତେବେ ଉଭୟ ଦେଶ କରୋନା ମୁକାବିଲା କରିବାରେ ପରସ୍ପରକୁ ସାହାଯ୍ୟ କରିବାକୁ ସହମତି ଜଣାଇଥିବା ଜଣାଯାଇଛି।
କରୋନା ସ୍ଥିତି ସୁଧୁରିବା ପରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୋଦି। ଏଥିସହ ସେ ପୁଟିନ୍ଙ୍କୁ ପ୍ରଶଂସା କରି କହିଛନ୍ତି ଉଭୟ ଦେଶ ମଧ୍ୟରେ ବିଶେଷ ରଣନୀତିକ ମହତ୍ତ୍ୱ ବଢ଼ାଇବା ପାଇଁ ଭାରତ ଆପଣଙ୍କ ନିକଟରେ ଋଣୀ।
ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି…
ଉତ୍ତର ପ୍ରଦେଶର ମେରଠରେ ଥିବା ଏକ ଓ୍ଵାଟର ପାର୍କରେ ଘଟିଛି ବଡ଼ ଦୁର୍ଘଟଣା । ଏଠାରେ ସ୍ଲାଇଡିଂ କରିବା ସମୟରେ…
କରଞ୍ଜିଆ : କେନ୍ଦୁଝର ଓ ମୟୂରଭଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ଲୋକଙ୍କ ଆଖିରୁ ନିଦ ହଜି ଗଲାଣି…
ମୋହନା : ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି…
ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍ରେ ଏକ ଦ୍ରୁତଗାମୀ…
ଉଦଳା(କେନ୍ୟୁଜ): ମୋ ଭାଇର ଇଚ୍ଛା ହେଇଛି ସେ ବଜାର ବୁଲିଯିବ । ତେଣୁ ତାକୁ ନେଇ ଚାଲିଆସିଛି ଟିକେ ବୁଲେଇ ନେବା…