Below header

ଋଷ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି, କରୋନା ପରେ ଭାରତ ଆସିବାକୁ କଲେ ନିମନ୍ତ୍ରଣ

ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଜନ୍ମଦିନ। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତ ସହ ସମ୍ପର୍କକୁ ମଜଭୁତ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମୋଦି କଲ କରି ପୁଟିନ୍‌ଙ୍କୁ ଶୁଭକାମନା ଜଣାଇଛନ୍ତି। ଏନେଇ ସେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି ମୋ ବନ୍ଧୁ ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ କଥା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲି। ଭାରତ ଓ ଋଷିଆ ମଧ୍ୟରେ ସମ୍ପର୍କକୁ ମଜଭୁତ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି। ତେବେ ଉଭୟ ଦେଶ କରୋନା ମୁକାବିଲା କରିବାରେ ପରସ୍ପରକୁ ସାହାଯ୍ୟ କରିବାକୁ ସହମତି ଜଣାଇଥିବା ଜଣାଯାଇଛି।

କରୋନା ସ୍ଥିତି ସୁଧୁରିବା ପରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୋଦି। ଏଥିସହ ସେ ପୁଟିନ୍‌ଙ୍କୁ ପ୍ରଶଂସା କରି କହିଛନ୍ତି ଉଭୟ ଦେଶ ମଧ୍ୟରେ ବିଶେଷ ରଣନୀତିକ ମହତ୍ତ୍ୱ ବଢ଼ାଇବା ପାଇଁ ଭାରତ ଆପଣଙ୍କ ନିକଟରେ ଋଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.