ଘର ଅଗଣାରେ ବୁଢ଼ିଆଣିର ୮ ନୀଳ ଆଖି ଦେଖି ଉଡ଼ିଗଲା ମହିଳାଙ୍କ ହୋସ, ଭାଇରଲ ହେଉଛି Photo

ଅଷ୍ଟ୍ରେଲିଆରେ ଜଣେ ମହିଳା ନିଜ ଘର ପଛପଟେ ବୁଢ଼ିଆଣିର ଏକ ନୂଆ ପ୍ରଜାତି ଖୋଜି ବାହାର କରିଛନ୍ତି। ନ୍ୟୁ ସାଉଥ ୱେଲସର ଅମାଣ୍ଡା ଡେ ଜର୍ଜ ନାମ୍ନୀ ମହିଳା ଏମିତି ବୁଢ଼ିଆଣିକୁ ପାଖାପାଖି ୧୮ ମାସ ପୂର୍ବରୁ ଦେଖିଥିଲେ। ଏବେ ସେ ପୁଣି ଏହାକୁ ଦେଖି ନିଜ କ୍ୟାମେରାରେ କଏଦ କରିନେଇଥିଲେ। ଡେ ଜର୍ଜ ବୁଢ଼ିଆଣିର ଅନେକ ଫଟୋ ଉଠାଇ ଜଣେ ବିଶେଷଜ୍ଞଙ୍କ ପାଖକୁ ପଠେଇଥିଲେ।

uuuj

ଡେ ଜର୍ଜଙ୍କୁ ଏହା ଜଣା ନ ଥିଲା କି, ସେ ବର୍ଷେ ପୂର୍ବରୁ ଜୋଟସ ବ୍ରଶେଡ ଜମ୍ପିଂ ସ୍ପାଇଡର ଏକ ନୂଆ ପ୍ରଜାତି ଦେଖିଥିଲେ। ବୁଢ଼ିଆଣିର ସାମ୍ନା ଆଖି ନୀଳ ଥିଲା। ସେ ଏହାର ଫଟୋ ସବୁ ଉଠାଇ ଫେସବୁକ ଗ୍ରୁପ ‘Backyard Zoology’ରେ ଅପଲୋଡ କରିଦେଇଥିଲେ। ଡେ ଜର୍ଜ ଫଟୋ ପୋଷ୍ଟ କରି ବୁଢ଼ିଆଣିକୁ ‘ବିଶାଳ ନୀଳ ଆଖି’ ରୂପରେ ବର୍ଣ୍ଣନା କରିଥିଲେ।

ମିଡିଆ ମୁତାବକ, ଏହି ପୋଷ୍ଟକୁ ବୁଢ଼ିଆଣି ବିଶେଷଜ୍ଞ ଜୋସେଫ ଶୁବର୍ଟଙ୍କ ଧ୍ୟାନକୁ ଅଣାଯାଇଥିଲା। ସେ ଡେ ଜର୍ଜଙ୍କୁ ବୁଢ଼ିଆଣି ଧରିବା ପାଇଁ କହିଥିଲେ। ଏହାର ଅନେକ ମାସ ପରେ ଡେ ଜର୍ଜ ବୁଢ଼ିଆଣିକୁ ଧରିବାରେ ସଫଳ ହୋଇଥିଲେ। ସେ ବୁଢ଼ିଆଣିଟିକୁ ଏକ ଖାଲି ପାତ୍ରରେ ରଖିଥିଲେ। ତାଙ୍କୁ ପୁଣି ଅନ୍ୟ ଏକ ବୁଢ଼ିଆଣି ନଜର ଆସିଥିଲା। ତାହାକୁ ନେଇ ଅନ୍ୟ ଏକ ପାତ୍ରରେ ରଖିଥିଲେ। ଯଦି ଦୁଇଟି ଯାକ ବୁଢ଼ିଆଣିକୁ ଗୋଟିଏ ପାତ୍ରରେ ରଖିଥାନ୍ତେ, ତେବେ ଉକ୍ତ ବୁଢ଼ିଆଣିଟି ଅନ୍ୟ ବୁଢ଼ିଆଣିକୁ ଖାଇ ଯାଇଥାନ୍ତା।

ଦୁଇଟି ବୁଢ଼ିଆଣିକୁ ମେଲବର୍ଣ୍ଣରେ ଶୁବର୍ଟଙ୍କୁ ପଠାଯାଇଥିଲା, ଯିଏ ଜମ୍ପିଂ ସ୍ପାଇଡରର ପ୍ରଜାତି ଠାବ କରିଥିଲେ। ଡେ ଜର୍ଜ କହିଥିଲେ, ବୁଢ଼ିଆଣିର ନୂଆ ପ୍ରଜାତି ଚିହ୍ନଟ କରିବାରେ ବିଶେଷଜ୍ଞଙ୍କୁ ସାହାଯ୍ୟ କରିବା ବହୁତ ରୋମାଞ୍ଚକ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.