Below header

ମୟୂରଭଞ୍ଜ: କରୋନାରେ ଚାଲିଗଲେ ଶୁକୃଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଲୋକପ୍ରିୟ ଡାକ୍ତର କୁନାଲ ପାତ୍ର,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

କରଞ୍ଜିଆ(କେନ୍ୟୁଜ୍): ଶୁକୃଳି ଗୋଷ୍ଠୀ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଡାକ୍ତର କୁନାଲ ପାତ୍ରଙ୍କ ଆଜି ସକାଳ ୪ଟା ସମୟରେ ଭୁବନେଶ୍ୱରର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି। ୨୫ ଜୁଲାଇରେ  ସେ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିବା ପରେ ବାରିପଦା କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହେଇ ଚିକିତ୍ସିତ ହେଉଥିଲେ।ସେଠାରେ ୧୦ ଦିନରେ ଭଲ ହେଇ ଫେରିଥିଲେ । କିଛି ଦିନ ପରେ ମଧୁମେହ ବଢି ଯିବାରୁ ୨୬ ସେପ୍ଟେମ୍ବର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରୁ ଗୁରୁତର ହେବାରୁ ପରେ ତାଙ୍କୁ ଭୁବନେଶ୍ବରର ଏମ୍ସିରେ ଭର୍ତ୍ତି କରାଯାଇଥିଲା । ୨୯ ସେପ୍ଟେମ୍ବର ତାରିଖରେ ସେଠାରେ ଦିତୀୟ ଥର କରୋନା ଆକ୍ରାନ୍ତ ହେଇଥିବାର ସୂଚନା ଆସିଥିଲା । ଆଜି ସକାଳ ୪ ଟା ସମୟରେ ତାଙ୍କର  ମୃତ୍ୟୁ ହେଇଥିବାର ସୂଚନା ମିଳିଛି

ତାଙ୍କ ନିଜ ପୈତୃକ ଗ୍ରାମ ରରୁଗାଁ ବ୍ଲକ ଅନ୍ତର୍ଗତ ବୁଡାମରା ଠାରେ ହୋଇଥିବା ବେଳେ ପ୍ରାୟ ୨୨ବର୍ଷ କାଳ ଅନବରତ ଭାବେ ସେ ଶୁକୃଳି ଗୋଷ୍ଠୀ ଚିକିତ୍ସାଳୟରେ ରୋଗୀଙ୍କ ସେବା କରିଆସୁଥିଲେ। ସେ ଜଣେ ପରୋପକାରୀ, ଦୟାଳୁ, ମିଷ୍ଟଭାଷୀ ମଣିଷ ଭାବରେ ପରିଗଣିତ ଥିଲେ। ତାଙ୍କର ଏହି ଅଚାନକ ମୃତ୍ୟୁ ଖବର ମିଳିବା ପରେ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। କରଞ୍ଜିଆ ଉପଜିଲ୍ଲାପାଳ ଡ଼ଃ ରଜନୀ କାନ୍ତ ବିଶ୍ୱାଳ ତାଙ୍କ ପୈତୃକ ଗହ କୁ ଯାଇ ତାଙ୍କ ପରିବାରର ଲୋକମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ। ଡାକ୍ତର କୁନାଲ ପାତ୍ର କରୋନା ସହ ଲଢେଇ କରି ସହିଦ ହେଇଥିବାରୁ ତାଙ୍କୁ ଗାର୍ଡ ଅଫ୍ ଅନର  ଦିଆ ଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.