Below header

ବାପା ନୁହେଁ ସେ ରାକ୍ଷସ, ଲୁଟିଲା ନିଜ ଝିଅର ଇଜ୍ଜତ

କୁହାଯାଏ ବାପା ପାଇଁ ରାଜକୁମାରୀ ରୂପ ହୋଇଥାନ୍ତି ଝିଅ। ଝିଅ ଉପରେ କିଛି ବିପଦ ଆସିଲେ ତାକୁ ପ୍ରଥମେ ସାମ୍ନା କରେ ଜନ୍ମଦାତା ବାପା। ହେଲେ ବର୍ତ୍ତମାନର ପରିସ୍ଥିତି ଏମିତି ଯେ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହେଁ ଝିଅ । ପୁଣି ନିଜ ରକ୍ତ ସମ୍ପର୍କ ଠାରୁ । ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଉତ୍ତର ପ୍ରଦେଶରେ । ଯେଉଁଠି ବାପା ହିଁ ଝିଅ ପାଇଁ ସାଜିଛି ପିଶାଚ। ଏଠାରେ ଜଣେ ୧୩ ବର୍ଷୀୟା ଝିଅକୁ ତା ବାପା ଦୁଷ୍କର୍ମ କରିଛି। ଏନେଇ ଝିଅର ମା’ ପୋଲିସରେ ଅଭିଯୋଗ କରିଛନ୍ତି। ମାମଲାର ଗମ୍ଭୀରତାକୁ ବୁଝି ପୋଲିସ ତୁରନ୍ତ ଅଭିଯୁକ୍ତ ବାପାକୁ ଗିରଫ କରି ନେଇଛି।
ପୀଡ଼ିତାଙ୍କ ମା’ କହିଛନ୍ତି ସେ ଜଣେ ସମ୍ପର୍କୀୟଙ୍କ ବିବାହକୁ ଯାଇଥିଲେ। ଏହି ସମୟରେ ଝିଅ ତା ବାପାଙ୍କ ସହ ଘରେ ଏକୁଟିଆ ଥିଲା। ଅକ୍ଟୋବର ୫ ତାରିଖ ରାତିରେ ଅଭିଯୁକ୍ତ ବାପ ଝିଅ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲା। ବାହାରେ କାହାକୁ ଏ କଥା କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ରାକ୍ଷସ ବାପା।
ପରଦିନ ମା’ ଫେରି ଆସିବାରୁ ଝିଅ ତାଙ୍କ ସାମ୍ନାରେ ସବୁ କହିଥିଲା। ପରେ ମା’ ସମ୍ପର୍କୀୟଙ୍କ ସହ ଯାଇ ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଝିଅକୁ ପଚରା ଉଚରା କରିଥିଲା। ଝିଅ ବାପା ଦୁଷ୍କର୍ମ କରିଥିବା ସ୍ୱୀକାର କରିଥିଲା। ପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.