ପୁରୀ: ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ

ପିପିଲି(କେନ୍ୟୁଜ୍) : ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ଗଣ୍ଡପଡା ଗ୍ରାମରେ ପୋଖରୀରେ ବୁଡି ଦୁଇ  ନାବାଳିକାଙ୍କର ମୃତ୍ୟୁ ହୋଇଛି।  ପୋଖରୀରେ ଦୁଇ  ନାବାଳିକା  ଭାସୁଥିବାର ଦେଖି ଗ୍ରାମର କେତେକ ବ୍ୟକ୍ତି ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରେ  ଗ୍ରାମବାସୀ ସେହି ଦୁଇ ନାବାଳିକାଙ୍କୁ  ସେଠାରୁ ଡ଼େଲାଙ୍ଗ ମେଡିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବିରଞ୍ଚି ବେହେରାଙ୍କ ୧୦ ବର୍ଷର ଝିଅ ଲିଜା ବେହେରା ଓ ବିଜୟ ବେହେରାଙ୍କ ୮ ବର୍ଷର ଝିଅ ଦୀପ୍ତି ବେହେରା ଘର ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ହଠାତ ପାଣିରେ ଗୋଡ ଖସିଯିବାରୁ ଉଭୟ ପାଣିରେ ବୁଡି ଯାଇଥିଲେ। ପାଣିରେ ବୁଡି ଯିବା ପରେ  ଉଭୟଙ୍କର  ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.