Below header

ଆଜି ରାଜ୍ୟରେ ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ,୨ ଲକ୍ଷ ୧୩ ହଜାର ୬୭୨କୁ ବୃଦ୍ଧି ପାଇଲା ସୁସ୍ଥ ସଂଖ୍ୟା

ଆଜି ରାଜ୍ୟରେ ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ମଧ୍ୟ ସବୁ ଜିଲ୍ଲାକୁ ପଛରେ ପକାଇ ଖୋର୍ଦ୍ଧା ଜିଲ୍ଲା ସୁସ୍ଥ ସଂଖ୍ୟାରେ ଆଗରେ ରହିଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୩ ହଜାର ୬୭୨କୁ ବୃଦ୍ଧି ପାଇଥିବାରର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ।

ଖୋର୍ଦ୍ଧା ଜିଲ୍ଲାରୁ ୫୭୧ କଟକ ଜିଲ୍ଲାରୁ ୨୯୨ ଜଣ, ପୁରୀ ଜିଲ୍ଲାରୁ ୨୫୪ ଜଣ, ଅନୁଗୁଳ ଜିଲ୍ଲାରୁ ୧୭୫ ଜଣ, ଯାଜପୁର ଜିଲ୍ଲାରୁ ୧୬୬ ଜଣ, ବରଗଡ଼ ଜିଲ୍ଲାରୁ ୧୩୩ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୬ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୪ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୯ ଜଣ, ଜଗତସିଂହପୁର, ଝାରସୁଗୁଡ଼ା ଜିଲ୍ଲାରୁ ୮୪ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୭୨ ଜଣ, ନବରଂଗପୁର ଜିଲ୍ଲାରୁ ୭୧ ଜଣ, ନୟାଗଡ଼ ଜିଲ୍ଲାରୁ ୭୦ ଜଣ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରୁ ୬୧ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୫୮ ଜଣ, ଭଦ୍ରକ, ସୁବର୍ଣ୍ଣପୁର ଜିଲ୍ଲାରୁ ୫୬ ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ୫୪ ଜଣ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରୁ ୪୧ ଜଣ ଲେଖାଏଁ, କେରାପୁଟ ଜିଲ୍ଲାରୁ ୩୫ ଜଣ, ଗଂଜାମ ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୩୩ ଜଣ, ବୌଦ୍ଧ ଜିଲ୍ଲାରୁ ୩୧ ଜଣ, ଦେବଗଡ଼ ଜିଲ୍ଲାରୁ ୧୩ ଜଣ ଓ ଷ୍ଟେଟ ପୁଲରୁ ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.