Below header

ଭୁବନେଶ୍ବରରୁ ଆଜି ୩୧୪ କରୋନା  ଆକ୍ରାନ୍ତ ଚିହ୍ନଟ,୩୫୪ ସୁସ୍ଥ

ଭୁବନେଶ୍ୱର(କେନ୍ୟଜ୍): ରାଜଧାନୀ ଭୁବନେଶ୍ୱରରୁ ଆଜି ୩୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୮୪  ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୨୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି  ଭୁବନେଶ୍ୱରରୁ ଆଜି ୩୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ଏହି ସୂଚନା ଦେଇଛି ବିଏମସି।

କ୍ବାରେଣ୍ଟାଇନରୁ  ଚିହ୍ନଟ  ହୋଇଥିବା ଆକ୍ରାନ୍ତମାନେ  ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଶୈଳଶ୍ରୀ ବିହାରସ୍ଥିତ କ୍ବାରେଣ୍ଟାଇନରୁ ଆଜି ୧୧ ଜଣ, ପଟିଆରୁ ୮ ଜଣ, ନିଳାଦ୍ରୀ ବିହାରରୁ ୭ ଜଣ, ବଡ଼ଗଡ଼ ଓ ପୋଖରିପୁଟରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଲୋକାଲ କଣ୍ଟାକ୍ଟକେସ୍ ଯୋଗୁଁ  ଆଜି ପୁରୁଣା ଭୁବନେଶ୍ୱରରୁ ୧୫ ଜଣ ଓ ଝାରପଡ଼ାରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୬ରୁ ୧୦ ଜଣ, ବରମୁଣ୍ଡା, ସହିଦନଗର, ରସୁଲଗଡ଼ରୁ ୯ ଜଣ ଲେଖାଏଁ, ଖଣ୍ଡଗିରିରୁ ୮ ଜଣ, ୟୁନିଟ-୯, ଲକ୍ଷ୍ମୀସାଗରରୁ ୭-୭ ଜଣ, ଟଙ୍କପାଣି ରୋଡ, ଚନ୍ଦ୍ରଶେଖରପୁରରୁ ୬-୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.