ସିଙ୍ଗାପୁରରେ କରୋନା କାଳରେ ଶିଶୁ ଜନ୍ମ ହେଲେ ବାପା, ମାଆଙ୍କୁ ମିଳିବ ବୋନସ ! ଜାଣନ୍ତୁ କେଉଁଥିପାଇଁ ନିଆଯାଉଛି ପଦକ୍ଷେପ

ଏହି କଥା ଶୁଣିଲେ ହୁଏତ ଆପଣଙ୍କୁ ଅଜବ ଲାଗିପାରେ, କିନ୍ତୁ ଏହି ଦେଶରେ କୋଭିଡ-୧୯ ମହାମାରୀ ସମୟରେ ପିଲା ଜନ୍ମ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ସିଙ୍ଗାପୁର ସରକାର କରୋନା କାଳରେ ପିଲା ଜନ୍ମ କରୁଥିବା ପ୍ୟାରେଣ୍ଟସଙ୍କୁ ୱାନ-ଟାଇମ ବୋନସ ପ୍ରଦାନ କରିବାକୁ ଯାଉଛନ୍ତି।

ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀ ହେଙ୍ଗ ସ୍ୱି କିଟ କହିଛନ୍ତି, ‘କରୋନା ଭାଇରସ ଯୋଗୁ ଉତ୍ପନ ସ୍ଥିତି ପାଇଁ ଯେଉଁ ବାପା, ମାଆ ପିଲା ଜନ୍ମ କରିବାକୁ ଡରୁଛନ୍ତି, ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଏହି ବୋନସ ରାଶି କେତେ ହେବ, ସେ ନେଇ ନିଷ୍ପତ୍ତି ହୋଇନାହିଁ। ଆମେ ଶୁଣିବାକୁ ପାଉଛୁ, କୋଭିଡ-୧୯ ଯୋଗୁ ପ୍ରାୟ ପ୍ୟାରେଣ୍ଟସ ନିଜ ଯୋଜନାକୁ ଏବେ ସ୍ଥଗିତ କରିଦେଇଛନ୍ତି। ଏଥିପାଇଁ ଆମେ ଏହି ଯୋଜନା ଆରମ୍ଭ କରିଛୁ। ଏହାର ଡିଟେଲସ ପରେ ଘୋଷଣା କରାଯିବ’।

xxa

ସୂଚନାଯୋଗ୍ୟ, ବିଶ୍ୱରେ ସବୁଠାରୁ କମ ଜନ୍ମହାର ସିଙ୍ଗାପୁରରେ ରହିଛି। ବର୍ଷ ବର୍ଷ ଧରି ଏହାକୁ ବଢ଼ାଯିବା ପାଇଁ ପ୍ରୟାସ କରାଯାଉଛି। ୨୦୧୮ରେ ଜନ୍ମହାର ନ୍ୟୁନତମ ସ୍ତରରେ ପହଞ୍ଚି ଯାଇଥିଲା। ଏବେ କରୋନା କାଳରେ ଏହା ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି। ସିଙ୍ଗାପୁରରେ ବର୍ତ୍ତମାନ ବେବି ବୋନସ ପ୍ରଣାଳୀ ଅଧୀନରେ ମାଆ, ବାପାଙ୍କୁ ପାଖାପାଖି ୫.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି। ସରକାର ଏହା ବ୍ୟତୀତ ବୋନସ ଦେବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.