Below header

କଙ୍ଗନା ରାଣାୱତ ସେୟାର କଲେ ନିଜ ମା’ଙ୍କ ଫଟୋ, ପାରମ୍ପରିକ ଉପାୟରେ କାଠ ଚୁଲ୍ଲୀରେ ପ୍ରସ୍ତୁତ କରୁଛନ୍ତି ମକ୍କା ରୁଟି

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ୭ ମାସ ପରେ ନିଜ କାମକୁ ଫେରିଛନ୍ତି। ସେ ନିଜ ଅପକମିଙ୍ଗ ଫିଲ୍ମ ‘ଥଲାଇବି’ର ସୁଟିଂ ପାଇଁ ହୋମଟାଉନରୁ ହାଇଦ୍ରାବାଦ ପହଞ୍ଚିଛନ୍ତି। ଲକଡାଉନ ସମୟରେ କଙ୍ଗନା ନିଜ ହୋମଟାଉନ ମନାଲିରେ ଥିଲେ। ଏତେ ଦିନ ଘରେ ରହିବା ପରେ ଯେତେବେଳେ ହଠାତ ସୁଟିଂ ସେଟରେ ପହଞ୍ଚିଛନ୍ତି, ତ ସେ ଘର କଥା ମନେ ପକାଇଛନ୍ତି।

ssz

ନିକଟରେ କଙ୍ଗନା ଟୁଇଟର ଆକାଉଣ୍ଟରୁ ନିଜ ମା’ଙ୍କ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ମକ୍କା ରୁଟି ତିଆରି କରୁଥିବାର ନଜର ଆସୁଛନ୍ତି। ଫଟୋର ସବୁଠାରୁ ଖାସ କଥା ହେଉଛି, କଙ୍ଗନାଙ୍କ ମା’ ସମ୍ପୂର୍ଣ୍ଣ ପାରମ୍ପରିକ ଉପାୟରେ କାଠ ଚୁଲ୍ଲୀରେ ତଳେ ବସି ରୁଟି ପ୍ରସ୍ତୁତ କରୁଛନ୍ତି।

ମା’ଙ୍କର ଏହି ଫଟୋ ସେୟାର କରି କଙ୍ଗନା ଲେଖିଛନ୍ତି, ‘ଫିଲ୍ମ ଥଲାଇବିର ସୁଟିଂ ମଝିରେ ମୋତେ ମୋ ମା’ଙ୍କର ଏହି ସୁନ୍ଦର ଫଟୋ ମିଳିଛି। ସେ ଏହି ସିଜିନର ପ୍ରଥମ ମକ୍କା ରୁଟି ତିଆରି କରୁଛନ୍ତି। ପାରମ୍ପରିକ ସ୍ୱାଦ ପାଇଁ ସେ ଅଲଗା ଏକ ଚୁଲ୍ଲୀ ରଖିଛନ୍ତି ଏବଂ ଏହା ଘରେ ଫଳାଯାଇଥିବା ମକ୍କା’। ତେବେ ନିଜର ଏହି ପୋଷ୍ଟ ପୂର୍ବରୁ କଙ୍ଗନା ଫିଲ୍ମ ‘ଥଲାଇବି’ ସେଟରୁ କିଛି ଫଟୋ ମଧ୍ୟ ଫ୍ୟାନମାନଙ୍କ ସହିତ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.