ଟାଟୁ ଆର୍ଟିଷ୍ଟ ହେଲେ ଆମିର ଖାନଙ୍କ ଝିଅ ଇରା ଖାନ, ସେୟାର କଲେ ନିଜର ପ୍ରଥମ ଟାଟୁ

ବଲିଉଡ ଅଭିନେତା ଆମିର ଖାନଙ୍କ ଝିଅ ଇରା ଖାନ ସବୁବେଳେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଥିବା ଆମିର ତନୟା ଏବେ ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏହାର କାରଣ ହେଉଛି, ତାଙ୍କ ଦ୍ବାରା ବନାଯାଇଥିବା ପ୍ରଥମ ଟାଟୁ। ମଲ୍ଟିଟ୍ୟାଲେଣ୍ଟେଡ ଇରା ଏବେ ଟାଟୁ ଆର୍ଟିଷ୍ଟ ହୋଇଯାଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

huu

ଇରା ଇନଷ୍ଟାଗ୍ରାମରେ ନିଜ ଦ୍ୱାରା ବନାଯାଇଥିବା ଟାଟୁର ଏକ ଭିଡ଼ିଓ ଏବଂ ଫଟୋ ଫ୍ୟାନମାନଙ୍କ ସହିତ ସେୟାର କରିଛନ୍ତି। ଏହାର କ୍ୟାପସନ ସେ ଲେଖିଛନ୍ତି, ‘ବର୍ତ୍ତମାନ ମୁଁ ନିଜର ପ୍ରଥମ ଟାଟୁ ଆଙ୍କିଛି। ଧନ୍ୟବାଦ ନୂପୁର ଶିକରେ ମୋ ଉପରେ ଭରସା କରିବା ପାଇଁ। ଖରାପ ଲାଗୁନି ନା? ମୋତେ ଲଗୁଛି, ଏହା ମୋର ଅଲଟରନେଟିଭ କ୍ୟାରିୟର ହୋଇପାରିବ’।

ସେପଟେ ଇରାଙ୍କର ଏହି ଟାଟୁକୁ ନେଇ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଉଛି। ସେ ଏବଂ ତାଙ୍କର ପ୍ରଥମ କ୍ଲାଇଣ୍ଟ ନୂପୁର ଟାଟୁର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.