ଦେଶ ବିଦେଶ

ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ମିଳିଲା ଧମକପୂର୍ଣ୍ଣ ଚିଠି, ଆଲର୍ଟରେ ସୁରକ୍ଷା ଏଜେନ୍ସୀ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ କେରଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆଉ ଏହି ସମୟରେ ମୋଦିଙ୍କୁ ବୋମାରେ ଉଡାଇ ଦିଆଯିବ ବୋଲି ଧମକପୂର୍ଣ୍ଣ ଚିଠି ଆସିଛି । ରାଜୀବ ଗାନ୍ଧିଙ୍କର ଯେଉଁ ଅବସ୍ଥା ହୋଇଥିଲା ମୋଦିଙ୍କର ବି ସେହି ଅବସ୍ଥା କରାଯିବ ବୋଲି ସେଥିରେ ଲେଖା ହୋଇଛି। ଆଜି ଏହି ଦାବି କରିଛନ୍ତି କେରଳର ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ। ଏହି ଧମକପୂର୍ଣ୍ଣ ଚିଠିର ସୂଚନା ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି ।

ଖବର ମୁତାବକ, କୋଚିର ଜଣେ ବ୍ୟକ୍ତି ଦ୍ୱାରା ମାଲାୟାଲମରେ ଲେଖାଯାଇଥିବା ଏକ ଚିଠିକୁ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନଙ୍କ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଛି । ସେ ଗତ ସପ୍ତାହରେ ପୋଲିସକୁ ଏହି ପତ୍ର ଦେଇଥିଲେ ।

ପୋଲିସ ଏହି ଚିଠିର ଅନୁସନ୍ଧାନ ଆରମ୍ଭ କରିବା ପରେ ସେଥିରେଏନ.କେ ଜନି ନାମକ ଜଣେ ବ୍ୟକ୍ତିଙ୍କ ଠିକଣା ଲେଖାଯାଇଥିଲା । ପୋଲିସ କର୍ମଚାରୀ ତାଙ୍କ ହାତଲେଖା ଓ ଚିଠିରେ ଲେଖାଯାଇଥିବା ହାତଲେଖାକୁ ଯାଞ୍ଚ କରିଥିଲେ। ତା’ପରେ ଉକ୍ତ ଚିଠିରେ ଥିବା ହାତଲେଖା ତାଙ୍କର ନୁହେଁ ବୋଲି ସ୍ପଷ୍ଟ ହୋଇଥିଲେ। କିଛି ଲୋକ ତାଙ୍କ ଉପରେ ରାଗ ରଖି ଏପରି କରିଥାଇପାରନ୍ତି ବୋଲି ସେ ମନେ କରୁଛନ୍ତି। ଆଉ ସେମାନଙ୍କ ନାମ ସେ ପୋଲିସକୁ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କେରଳ ଗସ୍ତ ସମୟରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିବେ। ତା’ ସହିତ କୋଚି ୱାଟର ମେଟ୍ରୋର ଶୁଭାରମ୍ଭ କରିବେ। ତେବେ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ସମସ୍ତ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି ।

Swagatika

Recent Posts

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

3 mins ago

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

8 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

10 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

47 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

58 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

1 hour ago