ଦେଶ ବିଦେଶ

ଦିଲ୍ଲୀ: ଗୋକୁଲପୁରୀ ମେଟ୍ରୋ ଷ୍ଟେସନରେ ବଡ଼ ଦୁର୍ଘଟଣା, ରାସ୍ତା ଉପରେ ଖସିଲା ପ୍ଲାଟଫର୍ମର ଅଂଶ, ଜଣେ ମୃତ; ୪ ଗୁରୁତର

ଦିଲ୍ଲୀ ମେଟ୍ରୋର ପିଙ୍କ୍‌ ରୁଟ୍‌ରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗୋକୁଲପୁରୀ ମେଟ୍ରୋ ଷ୍ଟେସନ ପ୍ଲାଟଫାର୍ମର ସାଇଡ୍‌ ରେଲିଂ ହଠାତ୍‌ ରାସ୍ତା ଉପରକୁ ଖସି ପଡ଼ିଥିଲା । ଫଳରେ ଜଣେ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା, ସେହି ସମୟରେ ଟ୍ରାଫିକ୍‌ ଚାଲୁ ଥିଲା ।

ଆଶ୍ଚର୍ଯ୍ୟଜନକ କଥା, ଦିଲ୍ଲୀ ମେଟ୍ରୋର ପିଙ୍କ୍‌ ରୁଟ୍‌ ନୂଆ କରି ତିଆରି ହୋଇଥିଲା । ତେଣୁ ବର୍ତ୍ତମାନ ଏହି ଦୁର୍ଘଟଣା ପରେ ନିର୍ମାଣ କାର୍ଯ୍ୟର ଗୁଣାବତ୍ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସକାଳ ପ୍ରାୟ ୧୧ଟାରେ ଏହି ଘଟଣା ଘଟିଛି । ଖବର ପାଇ ଦମକଳର ୪ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ଅଛି । ଦିଲ୍ଲୀ ପୋଲିସ ଫୋର୍ସ ମଧ୍ୟ ମୁତୟନ ରହିଛି ।

ତେବେ ଦୁର୍ଘଟଣା ବେଳେ ରାସ୍ତାରେ ଅନେକ ଲୋକ ଯିବାଆସିବା କରୁଥିଲେ । ଷ୍ଟେସନ ପ୍ଲାଟଫର୍ମର ସାଇଡ୍‌ ରେଲିଂ ହଠାତ୍‌ ରାସ୍ତା ଉପରକୁ ଖସି ପଡ଼ିବାରୁ ଏହା ସଂସ୍ପର୍ଶରେ ଆସି କିଛି ଲୋକ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଜେସିବି ଓ କ୍ରେନ୍‌ ସାହାଯ୍ୟରେ ରାସ୍ତାରୁ ଭଗ୍ନାବେଶଷ ହଟାଯାଉଛି । ସ୍ଥାନୀୟ ପୋଲିସ ଏବଂ ମେଟ୍ରୋ ଷ୍ଟାଫ୍‌ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ଏ ନେଇ ମାମଲା ରୁଜୁ କରାଯାଇଛି ।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

1 hour ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago