ଦିଲ୍ଲୀ: ଗୋକୁଲପୁରୀ ମେଟ୍ରୋ ଷ୍ଟେସନରେ ବଡ଼ ଦୁର୍ଘଟଣା, ରାସ୍ତା ଉପରେ ଖସିଲା ପ୍ଲାଟଫର୍ମର ଅଂଶ, ଜଣେ ମୃତ; ୪ ଗୁରୁତର
ଦିଲ୍ଲୀ ମେଟ୍ରୋର ପିଙ୍କ୍ ରୁଟ୍ରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗୋକୁଲପୁରୀ ମେଟ୍ରୋ ଷ୍ଟେସନ ପ୍ଲାଟଫାର୍ମର ସାଇଡ୍ ରେଲିଂ ହଠାତ୍ ରାସ୍ତା ଉପରକୁ ଖସି ପଡ଼ିଥିଲା । ଫଳରେ ଜଣେ ବ୍ୟକ୍ତିଙ୍କର ଏଥିରେ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ଦିଲ୍ଲୀ ମେଟ୍ରୋର ପିଙ୍କ୍ ରୁଟ୍ରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗୋକୁଲପୁରୀ ମେଟ୍ରୋ ଷ୍ଟେସନ ପ୍ଲାଟଫାର୍ମର ସାଇଡ୍ ରେଲିଂ ହଠାତ୍ ରାସ୍ତା ଉପରକୁ ଖସି ପଡ଼ିଥିଲା । ଫଳରେ ଜଣେ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା, ସେହି ସମୟରେ ଟ୍ରାଫିକ୍ ଚାଲୁ ଥିଲା ।
ଆଶ୍ଚର୍ଯ୍ୟଜନକ କଥା, ଦିଲ୍ଲୀ ମେଟ୍ରୋର ପିଙ୍କ୍ ରୁଟ୍ ନୂଆ କରି ତିଆରି ହୋଇଥିଲା । ତେଣୁ ବର୍ତ୍ତମାନ ଏହି ଦୁର୍ଘଟଣା ପରେ ନିର୍ମାଣ କାର୍ଯ୍ୟର ଗୁଣାବତ୍ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସକାଳ ପ୍ରାୟ ୧୧ଟାରେ ଏହି ଘଟଣା ଘଟିଛି । ଖବର ପାଇ ଦମକଳର ୪ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ଅଛି । ଦିଲ୍ଲୀ ପୋଲିସ ଫୋର୍ସ ମଧ୍ୟ ମୁତୟନ ରହିଛି ।
ତେବେ ଦୁର୍ଘଟଣା ବେଳେ ରାସ୍ତାରେ ଅନେକ ଲୋକ ଯିବାଆସିବା କରୁଥିଲେ । ଷ୍ଟେସନ ପ୍ଲାଟଫର୍ମର ସାଇଡ୍ ରେଲିଂ ହଠାତ୍ ରାସ୍ତା ଉପରକୁ ଖସି ପଡ଼ିବାରୁ ଏହା ସଂସ୍ପର୍ଶରେ ଆସି କିଛି ଲୋକ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଜେସିବି ଓ କ୍ରେନ୍ ସାହାଯ୍ୟରେ ରାସ୍ତାରୁ ଭଗ୍ନାବେଶଷ ହଟାଯାଉଛି । ସ୍ଥାନୀୟ ପୋଲିସ ଏବଂ ମେଟ୍ରୋ ଷ୍ଟାଫ୍ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ଏ ନେଇ ମାମଲା ରୁଜୁ କରାଯାଇଛି ।
#WATCH | A side slab of the boundary wall at Gokulpuri metro station collapsed today. One person injured in the incident was rushed to a nearby hospital, according to Delhi Fire Service.
At least 3 to 4 persons were injured. One person was trapped under the debris and was… pic.twitter.com/I32zCK2nYQ
— ANI (@ANI) February 8, 2024