ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ କୋଣାର୍କ ଇକୋ ରିଟ୍ରିଟଠାରେ ଆରମ୍ଭ ହୋଇଛି ୩ ଦିନିଆ ଟ୍ରାଭେଲ ବଜାର

ଚଳିତ ବର୍ଷ କୋଣାର୍କ ଇକୋ ରିଟ୍ରିଟକୁ ଅଧିକାଂଶ ପର୍ଯ୍ୟଟକ ଆକୃଷ୍ଟ ହୋଇ ବୁଲି ଆସୁଥିବା ବେଳେ, ଦେଶ ଓ ଦେଶ ବାହାରୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ କୋଣାର୍କ ଇକୋ ରିଟ୍ରୀଟ୍ ଠାରେ ୩ଦିନିଆ ଟ୍ରାଭେଲ୍ ବଜାର ଆରମ୍ଭ ହୋଇଛି । ଯାହାକୁ ମୂଖ୍ୟମନ୍ତ୍ରୀ ଆଭାସରେ ଉଦଘାଟନ କରିବେ । ଯେଉଁଥିରେ ଯୋଗ ଦେବେ ଦେଶ ବିଦେଶର ୧୨୫ ଟୁର ଅପରେଟର ।

ଚଳିତ ବର୍ଷ କୋଣାର୍କ ଇକୋ ରିଟ୍ରିଟକୁ ଅଧିକାଂଶ ପର୍ଯ୍ୟଟକ ଆକୃଷ୍ଟ ହୋଇ ବୁଲି ଆସୁଥିବା ବେଳେ, ଦେଶ ଓ ଦେଶ ବାହାରୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ କୋଣାର୍କ ଇକୋ ରିଟ୍ରୀଟ୍ ଠାରେ ୩ଦିନିଆ ଟ୍ରାଭେଲ୍ ବଜାର ଆରମ୍ଭ ହୋଇଛି । ଯାହାକୁ ମୂଖ୍ୟମନ୍ତ୍ରୀ ଆଭାସରେ ଉଦଘାଟନ କରିବେ । ଯେଉଁଥିରେ ଯୋଗ ଦେବେ ଦେଶ ବିଦେଶର ୧୨୫ ଟୁର ଅପରେଟର । ପର୍ଯ୍ୟଟନ କ୍ଷେତ୍ରରେ ପ୍ରଚାର ପ୍ରସାର ଉପରେ ଦିଆଯିବ ଫୋକସ । ଓଡ଼ିଶାରେ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ଉଜ୍ଜଳ ସମ୍ଭାବନା ପରଖିବାକୁ ରାଜ୍ୟ ଏଭଳି ବ୍ୟାପକ ପଦେକ୍ଷପ ଗ୍ରହଣ କରୁଛି ।

ଟ୍ରାଭେଲ ବଜାରର ପଞ୍ଚମ ସଂସ୍କରଣକୁ ଆଜି ଅଭାସୀ ଯୋଗେ ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ ।ଓଡିଶା ଟ୍ରାଭେଲ ବଜାର ପର୍ଯ୍ୟଟନ କ୍ଷେତ୍ରରେ ପ୍ରମୁଖ ବାୟର ସେଲର ସମ୍ମିଳନୀ,ଯାହା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେସନ ମ୍ୟାନେଜମେଣ୍ଟ କମ୍ପାନୀକୁ ଗୋଟିଏ ପ୍ଲାଟଫର୍ମରେ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ପରଖିବାର ସୁଯୋଗ ଦେବ । ଏଥିରେ ଦେଶର ୧୮ ରାଜ୍ୟର ୨୬ ପ୍ରମୁଖ ସହରରୁ ୭୦ ଜଣ ଟୁର ଅପରେଟର ସେହିଭଳି ୧୬ ଦେଶରୁ ୫୫ ଜଣ ଟୁର ଅପରେଟରଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି ।

ପର୍ଯ୍ୟଟନ କ୍ଷେତ୍ର ସେଲରଙ୍କ ସହ ” ଘରୋଇ ଟୁର ଅପରେଟର’ ଓ “ବିଦେଶୀ ଟୁର ଅପରେଟର”ଙ୍କ ମଧ୍ୟରେ ବିଟ୍ ଟୁ ବିଟ୍ ବୈଠକ ହେବ । କୋଣାର୍କ ଇକୋ ରିଟ୍ରୀଟ୍ ଭଳି ରାଜ୍ୟର ପିପିଲି, ରଘୁରାଜପୁର, ଧଉଳି ଶାନ୍ତିସ୍ତୁପ, ଭିତକନିକା ଓ ସାତକୋଶିଆଗଣ୍ଡ ଭଳି ପ୍ରମୁଖ ସ୍ଥାନ ଗୁଡିକୁ ପରିଚିତ କରାଇବା ଲାଗି ବାହାରର ଅଂଶିଦାରଙ୍କୁ ଭ୍ରମଣ ସୁଯୋଗ ମିଳିବ । ରାଜ୍ୟ ସରକାର ଓଡ଼ିଶାକୁ ବିଶ୍ୱସ୍ତରୀୟ ଟୁରୁଜିମ ହବ୍ ଭାବେ ବିକଶିତ କରିବାରେ ଯୋଜନା ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.