ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଟିମରୁ ଫେରିପାରନ୍ତି କେଏଲ ରାହୁଲ ଏବଂ ଜାଡେଜା

ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ରାଜକୋଟରେ ୧୫ ଫେବୃଆରୀରୁ ଖେଳାଯିବ । ଜାଡେଜାଙ୍କ ହେମଷ୍ଟ୍ରିଂ ଇନଜୁରୀ ରହିଥିବା ବେଳେ ରାହୁଲଙ୍କ ଡାହାଣ ଜଙ୍ଘ ମାଂସପେଶୀରେ ଦରଜ ରହିଛି । ତେବେ ଏହି ଦୁଇ ଖେଳାଳି ତୃତୀୟ ଟେଷ୍ଟରେ ଟିମକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ରାଜକୋଟରେ ୧୫ ଫେବୃଆରୀରୁ ଖେଳାଯିବ । ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ୨ ଟି ଖେଳ ସରିଛି । ଗୋଟିଏ ଭାରତ ଥିବା ବେଳେ ଅନ୍ୟଟି ଇଂଲଣ୍ଡ ଜିତିଛି । ଶେଷ ୩ଟି ଟେଷ୍ଟ ପାଇଁ ଟିମ୍‌ ଏବେ ଚୟନ ହେବାକୁ ରହିଛି । ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଏବଂ କେଏଲ ରାହୁଲ ଖେଳିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଖେଳିପାରନଥିଲେ । ଆହତଜନିତ ସମସ୍ୟା ଯୋଗୁଁ ଦୁଇଜଣ ଷ୍ଟାର ଖେଳାଳି ଦ୍ୱିତୀୟ ମ୍ୟାଚରୁ ବାଦ୍‌ ପଡିଥିଲେ । ତେବେ ଏହି ଦୁଇ ଖେଳାଳି ତୃତୀୟ ଟେଷ୍ଟରେ ଟିମକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ଖବର ମୁତାବକ, କେଏଲ ରାହୁଲ ଆହତ ଜନିତ ସମସ୍ୟାରୁ ସୁସ୍ଥ ହୋଇଛନ୍ତି । ଜାଡେଜା ମଧ୍ୟ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସେ ଏବେ ନ୍ୟାସନାଲ କ୍ରିକେଟ ଆସୋସିଏସନ ବେଙ୍ଗାଲୁରୁରେ ରହିଛନ୍ତି । ମ୍ୟାନେଜମେଣ୍ଟ ଭରସା କରୁଛି କି, ଜାଡେଜା ନିଜ ହୋମ ଗ୍ରାଉଣ୍ଡରେ ନିଶ୍ଚିିତ ଖେଳିପାରନ୍ତି । ଜାଡେଜା ଏବଂ ରାହୁଲ ହାଇଦ୍ରାବାଦ ଟେଷ୍ଟର ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରିଥିଲେ । ଜାଡେଜାଙ୍କ ହେମଷ୍ଟ୍ରିଂ ଇନଜୁରୀ ରହିଥିବା ବେଳେ ରାହୁଲଙ୍କ ଡାହାଣ ଜଙ୍ଘ ମାଂସପେଶୀରେ ଦରଜ ରହିଛି । ତେବେ ଏହି ଦୁଇ ଖେଳାଳି ତୃତୀୟ ଟେଷ୍ଟରେ ଟିମକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ବିରାଟ କୋହଲି ବ୍ୟକ୍ତିଗତ କାରଣ ଯୋଗୁଁ ଦୁଇଟି ଯାକ ଟେଷ୍ଟରୁ ବାଦ୍‌ ପଡିଥିଲେ । ଚୟନକର୍ତ୍ତା ସରଫରାଜ ଖାନ, ସୌରଭ କୁମାର ଏବଂ ଓ୍ଵାଂଶିଟନ ସୁନ୍ଦର ଟିମରେ ସାମିଲ ହୋଇଥିଲେ । ରଜତ ପାଟିଦାର ବିରାଟ କୋହଲିଙ୍କ ସ୍ଥାନରେ ରହିଥିଲେ । କିନ୍ତୁ ରଜତ କିଛି କମାଲ କରିପାରିନଥିଲେ । ତେବେ ତୃତୀୟ ଟେଷ୍ଟରେ ବିରାଟ ଫେରିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବ । ଟେଷ୍ଟ ମ୍ୟାଚ୍‌ ୧୫ରୁ ୧୯ ଫେବୃଆରୀ ମଧ୍ୟରେ ହେବ । ତେବେ ଏବେ ସିରିଜ ୧-୧ରେ ବରାବର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.