Below header

ପରୀ ହତ୍ୟାକାଣ୍ଡ ଘଟଣା : ହତ୍ୟାକାରୀକୁ ଧରିବା ସହ ଦଣ୍ଡ ଦେଲା ଗାମୁଛାର ରକ୍ତ

ବହୁ ଚର୍ଚ୍ଚିତ ନୟାଗଡ ପରୀ ହତ୍ୟାକାଣ୍ଡ ଘଟଣା। ହତ୍ୟାକାରୀକୁ ଧରାଇବା ସହ ଦଣ୍ଡ ଦେଲା ଗାମୁଛାର ରକ୍ତ। ମିଳିଥିବା ଗାମୁଛା ନାବାଳକ ଦୋଷୀ ର ବୋଲି ସ୍ପଷ୍ଟ ହୋଇଥିବା ବେଳେ ମିଳିଥିବା ବ୍ଲଡ ସେଲ ପରୀର ବୋଲି କେମିକାଲ ପରୀକ୍ଷାରୁ ସ୍ପଷ୍ଟ ହୋଇଛି।

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନୟାଗଡ ପରୀ ହତ୍ୟାକାଣ୍ଡ ଘଟଣା। ହତ୍ୟାକାରୀକୁ ଧରାଇବା ସହ ଦଣ୍ଡ ଦେଲା ଗାମୁଛାର ରକ୍ତ। ମିଳିଥିବା ଗାମୁଛା ନାବାଳକ ଦୋଷୀ ର ବୋଲି ସ୍ପଷ୍ଟ ହୋଇଥିବା ବେଳେ ମିଳିଥିବା ବ୍ଲଡ ସେଲ ପରୀର ବୋଲି କେମିକାଲ ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ପରୀ ନିଖୋଜ ଦିନ ସକାଳ ସାଢେ ୧୦ରୁ ୧୧ଟା ଭିତରେ ଦୋଷୀର ଘରକୁ ଯାଇଥିବା ସାକ୍ଷୀ କୋର୍ଟରେ ପ୍ରମାଣ ଦେଇଥିବା ବେଳେ କୋର୍ଟରେ ଉପସ୍ଥାପିତ ହୋଇଥିବା ସମସ୍ତ ପ୍ରମାଣ ଯାଉଛି ନାବାଳକ ଦୋଷୀ ବିରୋଧରେ। ଯେଉଁଥିପାଇଁ ନୟାଗଡ ଅତିରିକ୍ତ ଜିଲ୍ଲା ଜଜ୍ ତଥା ଚିଲଡ୍ରେନ କୋର୍ଟ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୬ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ପୀଡିତାର ବାପା ମାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହତ୍ୟାକାଣ୍ଡର ପ୍ରାୟ ୩ ବର୍ଷ ପରେ ଦଣ୍ଡାଦେଶ ହୋଇଛି । ପରୀ ହତ୍ୟା ମାମଲାରେ ୨୦୨୦, ଡିସେମ୍ବର ୨୦ ତାରିଖରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲା ଏସଆଇଟି । ୨୦୨୦ରେ ବହୁ ଚର୍ଚ୍ଚିତ ପରୀ ମାମଲାକୁ ନେଇ ରାଜ୍ୟରେ ହଇଚଇ ହୋଇଥିଲା। ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଥିଲା ୫ ବର୍ଷର ପରୀ । ବହୁ ଖୋଜାଖୋଜି ପରେ ଝିଅ ନମିଳିବାରୁ ଥାନାରେ ନିଖୋଜ ମାମଲା ହୋଇଥିଲା । ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର । ଏସଆଇଟି ମୁଖ୍ୟ ଭାବରେ ବରିଷ୍ଠ ଆଇପିଏସ୍ ଅରୁଣ ବ୍ରୋଥାଙ୍କୁ ଦାୟିତ୍ବ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.