Below header

Nothing Phone 2 ରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ, ୫୪,୯୯୯ ଟଙ୍କିଆ ଫୋନରେ ମିଳୁଛି ୧୫,୦୦୦ ରିହାତି

Nothing Phone 2a ଜଲଦି ଲଞ୍ଚ ହେବାକୁ ଯାଉଛି । Nothing Phone 2a ଲଞ୍ଚ ହେବା ପୂର୍ବରୁ Nothing Phone 2 ଫୋନର ଦାମ୍‌ ଗ୍ରାହକଙ୍କ ପକେଟକୁ ସୁହାଇଲା ଭଳି ରହିଛି । Nothing Phone 2 ଦାମ୍‌ରେ ଜବରଦସ୍ତ ଡିସକାଉଣ୍ଟ ମିଳୁଛି । ଇ-କମର୍ସ ପ୍ଲାଟଫର୍ମ୍ସରେ ଏହାର ଟପ୍‌ ମଡେଲ୍ ଉପରେ ୧୫ ହଜାର ଟଙ୍କାର ଫ୍ଲାଟ ଡିସକାଉଣ୍ଟ ମିଳୁଛି ।

ମାର୍କେଟରେ ଏବେ Nothingର ନୂଆ ଟ୍ରାନ୍ସପେରେଣ୍ଟ ଫୋନ୍କୁ ନେଇ ୟୁଜର୍ସଙ୍କ କ୍ରେଜ ବଢିବାରେ ଲାଗିଛି । ଆଉ ଏପରି ସ୍ଥଳେ ପୁଣିଥରେ Nothing Phone 2a ଜଲଦି ଲଞ୍ଚ ହେବାକୁ ଯାଉଛି । Nothing Phone 2a ଲଞ୍ଚ ହେବା ପୂର୍ବରୁ Nothing Phone 2 ଫୋନର ଦାମ୍‌ ଗ୍ରାହକଙ୍କ ପକେଟକୁ ସୁହାଇଲା ଭଳି ରହିଛି । Nothing Phone 2 ଦାମ୍‌ରେ ଜବରଦସ୍ତ ଡିସକାଉଣ୍ଟ ମିଳୁଛି । ଇ-କମର୍ସ ପ୍ଲାଟଫର୍ମ୍ସରେ ଏହାର ଟପ୍‌ ମଡେଲ୍ ଉପରେ ୧୫ ହଜାର ଟଙ୍କାର ଫ୍ଲାଟ ଡିସକାଉଣ୍ଟ ମିଳୁଛି ।

Nothing Phone 2a ନୂଆଫୋନ ୩ଟି ଭ୍ୟାରିଆଣ୍ଟରେ ଲଞ୍ଚ ହେଉଛି । ୧୨ ଜିବି ରାମ୍‌ ଟପ୍ ଏଡ୍ ମଡେଲ୍ରେ ବହୁତ ଭଲ ଡିସକାଉଣ୍ଟ ମିଳୁଛି । ଏହାର 12GB+256GB ଭ୍ୟାରିଏଣ୍ଟର ଦାମ ୪୯,୯୯୯ ଟଙ୍କାରେ ରହିଥିବା ବେଳେ ଏବେ ଫ୍ଲିପକାର୍ଟରେ ଏହା କେବଳ ୩୭,୯୯୯ ଟଙ୍କାରେ ମିଳିବ । ଯାହା ପୂର୍ବ ଦାମ୍‌ ଅପେକ୍ଷା ୧୨ ହଜାର ଟଙ୍କା କମ୍‌ ।

ସେହିପରି 12GB+512GB ଭ୍ୟାରିଏଣ୍ଟର ଦାମ୍ ୫୪,୯୯୯ ଟଙ୍କା ରହିଥିବା ବେଳେ ଏବେ ଫ୍ଲିପକାର୍ଟରେ ୩୯,୯୯୯ରେ ମିଳିବ। ଏହି ଫୋନ୍ରେ ଆପଣଙ୍କୁ ପୂରା ୧୫,୦୦୦ ଟଙ୍କା ଡିସକାଉଣ୍ଟ ମିଳିବ ।
ଏହା ବ୍ୟତୀତ ଏହି ଫୋନ କିଣିବା ପାଇଁ ଆପଣ ବ୍ୟାଙ୍କ ଅଫରର ଲାଭ ନେଇପାରିବେ । କୌଣସି ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରିବା ଦ୍ୱାରା ୧୫,୦୦ ଟଙ୍କା ର ଡିସକାଉଣ୍ଟ ମିଳିବ । ଯଦି ଆପଣ ଏହି ଫୋନ୍ କିଣିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଫ୍ଲିପକାର୍ଟକୁ ଯାଇ ଏହାର ପୂରା ଡିଟେଲ୍ସ ଚେକ୍ କରିପାରିବେ ।

Nothing Phone 2ରେ ସ୍ପେସିଫିକେସନ ;
Nothing Phone 2ରେ ବିଭିନ୍ନ ପ୍ରକାରର ଫିଚର୍ସ ରହିଛି, ଯେପରି ଫୋନ୍ରେ ଫୁଲ୍ HD+ ରେଜୁଲେନ୍ସସ୍, HDR10+ ଏବଂ ୧୨୦ ହଟେର୍ଜ ରେଟ୍ ସହିତ ୬.୭ ଇଞ୍ଚ୍ LTPO ଏମିଲେଡ୍ ଡିସ୍ପ୍ଲେ ରହିଛି । ୪୫W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ୪୭୦୦mAh ବ୍ୟାଟେରୀ କ୍ଷମତା ରହିଛି । ଫଟୋ ପାଇଁ ପାଇଁ ୫୦ ମେଗାପିକ୍ସେଲ ଡୁଆଲ ରିଅର କ୍ୟାମେରା ସେଟଅପ୍‌ ସହିତ ସେଲଫି ପାଇଁ ୩୨ ମେଗାପିକ୍ସେଲ କ୍ୟାମେରା ରହିଛି । Nothing Phone 1 ଭଳି Nothing Phone 2ରେ ଗ୍ଲିଫ ଇଣ୍ଟରଫେସ ସହିତ ବ୍ୟାକରେ ଏଲଇଡି ଲାଇଟସ ମଧ୍ୟ ଲାଗିଛି । ତେବେ ଫୋନଟି ସଂପୂର୍ଣ୍ଣ ଚାର୍ଜ ହେବାକୁ ୫୫ ମିନିଟ ସମୟ ଲାଗିଥାଏ ବୋଲି କମ୍ପାନୀ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.