ପାକିସ୍ତାନରେ ମତଦାନ ଭିତରେ IED ବିସ୍ଫୋରଣ; ୫ ପୋଲିସ କର୍ମୀ ମୃତ, ୨ ଗୁରୁତର

ପାକିସ୍ତାନରେ ଆଜି ସାଧାରଣ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାରି ଭିତରେ ସକାଳେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି ।

ପାକିସ୍ତାନରେ ଆଜି ସାଧାରଣ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାରି ଭିତରେ ସକାଳେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଖୈବର ପଖତୁନ୍‌ଖ୍ଵାର ଡେରା ଇସ୍ମାଇଲ ଖାନ ଜିଲ୍ଲାର କୁଲାଚିରେ ଏକ ପୋଲିସ ମୋବାଇଲ ଭ୍ୟାନ୍‌କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଥମେ ସେମାନେ ଆଇଇଡି ବିସ୍ଫୋରଣ କରିବା ପରେ ଆଖିବୁଜା ଗୁଳି ଚଳାଇଥିଲେ ।

ସୂଚନା ମୁତାବକ, ଏହି ଆତଙ୍କୀ ଆକ୍ରମଣରେ ୫ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀମାନେ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ଗୁଳି ବର୍ଷା କରିଥିଲେ । ତେବେ ଏହା ପୂର୍ବରୁ କରିଥିବା ବିସ୍ଫୋରଣରେ ପୋଲିସ ଭ୍ୟାନ୍‌ର ଛାତ ଉଡ଼ିଯାଇଛି ।

ଏହିପରି ନିର୍ବାଚନର ଠିକ୍‌ ଦିନକ ପୂର୍ବରୁ ଅର୍ଥାତ୍‌ ଗତକାଲି ବଲୁଚିସ୍ତାନରେ ଦୁଇଟି ବଡ଼ ବିସ୍ଫୋରଣ ହୋଇଥିଲା । ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା । ବହୁ ସଂଖ୍ୟକ ଲୋକ ଏଥିରେ ଆହତ ହୋଇଥିଲେ । ରିପୋର୍ଟ ମୁତାବକ, ଏକ ରାଜନୈତିକ ଦଳ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ନିକଟରେ ବୋମା ବିସ୍ଫୋରଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.