ବାହାଘରକୁ ୮ ମାସ ପୂରିନି, ଯୌତୁକ ପାଇଁ ଝିଅର ହାତ ଭାଙ୍ଗିଦେଲେ ଶାଶୂ ଘର ଲୋକେ

ନୂଆ ଜୀବନ ନୂଆ ଘର ନୂଆ ସଂସାର । କିନ୍ତୁ କିଏ ଜାଣିଥିଲା ଏମିତି ହେବ ବୋଲି । ଯୌତୁକ ପାଇଁ ଏମିତି ଝିଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିବେ ବୋଲି ।

ସୋର (କେନ୍ୟୁଜ) : ମରଣ ମୁହଁରୁ ବଞ୍ଚିଛି ଝିଅ । ହସ୍ପିଟାଲରେ ବେଡରେ ଝିଅ ପାଖରେ ବସି ବାପା ଭାବୁଛନ୍ତି ମାଆ ଲୋକ ମୋତେ କ୍ଷମା କରିଦବୁ । ମୋତେ କ୍ଷମା କରିଦବୁ ଲୋ ଝିଅ । ତୋ ବାପା ତୋତେ ଖୁସିରେ ଦେଖିବ ବୋଲି ବାହା ଦେଇଥିଲା । କିନ୍ତୁ ମୁଁ ଲୋକ ଚିହ୍ନିପାରିଲିନି ଲୋ ଝିଅ । ତୋ ମୁହଁରେ ଖୁସି ଦେଖିବା ବଦଳରେ ଆଜି ତୁ କେତେ କଷ୍ଟ ପାଉଛୁ । ବାପା ମାଆ ଦୁଇ ଜଣ କନିଆଁ ବେଶରେ ସଜାଇ ଝିଅକୁ ବାହା ଦେଇଥିଲେ । କେତେ ଆଡମ୍ବରରେ ଧୂମଧାମରେ ବାହା ଦେଇଥିଲେ ଝିଅକୁ । କିନ୍ତୁ ଆଦୌ ଜାଣିନଥିଲେ ଯେଉଁ ଝିଅ ଦିନେ ଲାଲ ଟୁକଟୁକ କନିଆଁ ବେଶରେ ସଜାଇ ହୋଇ ବେଦିରେ ବସି ବୋହୁ ସାଜିଥିଲା ଆଜି ସେ ବଧୂ ନିର୍ଯ୍ୟାତନାର ଶିକାର ହେବ ବୋଲି ।

କେତେ ଖୁସିଥିଲା ଝିଅ । ନୂଆ ଜୀବନ ନୂଆ ଘର ନୂଆ ସଂସାର । କିନ୍ତୁ କିଏ ଜାଣିଥିଲା ଏମିତି ହେବ ବୋଲି । ଯୌତୁକ ପାଇଁ ଏମିତ ଝିଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିବେ ବୋଲି । ବାହାଘରକୁ ୭ ମାସ ବି ପୂରିନି । ଝିଅ ବଧୂ ନିର୍ଯ୍ୟାତନାର ଶିକାର ହୋଇ ଆଜି ପଡିଛି ହସ୍ପିଟାଲ ବେଡରେ । ବିବାହ ପରେ ୧୦ ଲକ୍ଷ ଟଙ୍କା ଓ ଏକ ଦାମୀ କାର ଆଣିବାକୁ ଦାବି କରୁଥିଲେ ଶ୍ୱଶୁର ଘର ଲୋକେ। ଏଥିପାଇଁ ନବବଧୂକୁ ଦିଆଯାଉଥିଲା ନିର୍ଯାତନା। ଶେଷରେ ଏହି ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ନବବଧୂର ହାତ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ‌ଅନ୍ତର୍ଗତ ପୋଡାଡିହା ଗାଁରେ। ଏନେଇ ନବବଧୂ ଥାନାରେ ଅଭିଯୋଗ କରିଛନ୍ତି ।

ସୋର ପୌରାଞ୍ଚଳ ଟ୍ରେଜେରୀ କଲୋନୀର ମନୋଜ କୁମାର ପ୍ରଧାନଙ୍କ ଝିଅ ମେଘନା ପ୍ରଧାନଙ୍କର ବାହାନଗା ବ୍ଲକ ପୁରାଡ଼ିହା ଗାଁର ସୁବାସ ଜେନାଙ୍କ ପୁଅ ତ୍ରିଲୋକ୍ୟ ଜେନା (ବାଘା)ଙ୍କ ସହ ଗତ ୮ ମାସ ତଳେ ବିବାହ ହୋଇଥିଲା । ବିଦେଶରେ ଚାକିରୀ କରିଥିବା ବର ବାଘlକୁ କନ୍ୟା ପରିବାର ବିବାହ ସମୟରେ ନଗଦ ୫ ଲକ୍ଷ ଟଙ୍କା ବର କନ୍ୟାଙ୍କୁ ସୁନା ଗହଣ ଦେଇଥିଲେ । ବିବାହର ୪ ମାସ ପରେ ବିଦେଶରେ ଥିବା ସ୍ୱାମୀ ବାଘା ନିର୍ଦ୍ଦେଶ କ୍ରମେ ମେଘନାର ଶାଶୁ କନକ, ଶଶୁର ସୁବାସ ଓ ନଣନ୍ଦ ମେଘନାକୁ ମାଡ଼ ଦେବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମେଘନା ବାପଘର ପରିବାର ଅଭିଯୋଗ କରିଛନ୍ତି । ଯାହାଫଳରେ ନିର୍ଯାତନା ସହିନପାରି ମେଘନା ଯାହାଫଳରେ ନିର୍ଯାତନା ସହିନପାରି ମେଘନା ଜୀବନ ହାରିବା ଉଦ୍ୟମ କରି ଗୁରୁତର ଅବସ୍ଥାରେ ବାଲେଶ୍ୱରରେ ଏକ ଘରୋଇ ଡାକ୍ତରଖାନ ଆଇସିୟୁରେ ଭର୍ତ୍ତି ହୋଇଥିଲେ l

ଆଜି ମେଘନା ଏକ ଚାକିରୀ ପାଇଁ ସାକ୍ଷାତକାର ଦେଇ ଫେରି ଶଶୁର ଘରକୁ ଭାଇ ଗୁଡ଼ୁ ସହିତ ଯାଇଥିଲେ । ସେଠାରେ ଶ୍ୱଶୁର ଘର ସହିତ ମେଘନାଙ୍କର ପାଟିତୁଣ୍ଡ ହେଲା । କାହିଁକିନା ଶାଶୁ ଘର ଲୋକେ ତାଙ୍କୁ ଛାଡପତ୍ର ଦେବାକୁ ବାଧ୍ୟ କରୁଥିଲେ । ଏହାକୁ ନେଇ ପାଟିତୁଣ୍ଡ ହେବାରୁ ଶାଶୁ, ଶ୍ୱଶୁର ଓ ନଣନ୍ଦ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିଲେ । ତେବେ ଶ୍ୱଶୁର ଏକ ଶାବଳରେ ଆକ୍ରମଣ କରିବାକୁ ଆସିଲାବେଳେ ମେଘ୍ନା ହାତ ଦେଖାଇଥିଲେ । ଯାହାପରେ ମାଡ ହାତରେ ବସିଯିବାରୁ ତାଙ୍କ ହାତ ଭାଙ୍ଗି ଯାଇଛି ।

ଶାବଳରେ ପିଟି ହାତ ଭାଙ୍ଗି ଦେବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ମେଘନାଙ୍କର ମା ମମିତା ଓ ବାପା ମନୋଜ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ମମିତା ପରିବାର ଥାନାରେ ଦ୍ୱାରସ୍ଥ ହେବେ କହିଛନ୍ତି । ଏଵିଷୟରେ ପୋଲିସକୁ ଯୋଗାଯୋଗ କରିବାରୁ ସେ ଏବେ କେଶ ରୁଜୁ କରିଥିବା ପ୍ରକାଶ କରିବା ସହିତ କାହାରିକୁ ଗିରଫ କରାଯାଇନାହିଁ ବୋଲି କହିଛନ୍ତି । ତେବେ ଘଟଣା ସମ୍ପର୍କରେ ଶାଶୂ ଘର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିପାରିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.