‘ପ୍ରଥମ ବ୍ୟକ୍ତି’ ଯିଏ ମାରାତ୍ମକ କ୍ୟାନ୍ସର ରୋଗରୁ ହେଲେ ସମ୍ପୂର୍ଣ୍ଣ ମୁକ୍ତ, ସବୁ ସମ୍ଭବ କଳା ଏହି ଥେରାପୀ
କର୍କଟ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିଛନ୍ତି ଜଣେ ବ୍ୟକ୍ତି। ସାଧାରଣତଃ କର୍କଟ ରୋଗ ହେଲେ ରୋଗୀକୁ ବଞ୍ଚାଇବା ପାଇଁ ବହୁତ ପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ବହୁତ କମ୍ ଲୋକ ଏଥିରୁ ମୁକ୍ତି ପାଆନ୍ତି କିନ୍ତୁ ଏହି କ୍ୟାନ୍ସର ସେଲ ଜୀବନକୁ ନେବା ପର୍ଯ୍ୟନ୍ତ ରୋଗୀ ଦେହରେ ଲାଗିକି ରହିଥାଏ ।

ଦୂର ହେଲା ଭୟ । ଏବେ କର୍କଟ ରୋଗରୁ ମିଳିବ ମୁକ୍ତି । ଏବେ କର୍କଟ ରୋଗୀ ଆଉ ମୃତ୍ୟୁମୁଖରେ ପଡିବନି । ବରଂ ବଞ୍ଚିଯିବ କର୍କଟ ରୋଗୀଙ୍କ ଜୀବନ । ହଁ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ମାତ୍ ଦେଇଛନ୍ତି ଜଣେ ବ୍ୟକ୍ତି । କର୍କଟ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିଛନ୍ତି ଜଣେ ବ୍ୟକ୍ତି। ସାଧାରଣତଃ କର୍କଟ ରୋଗ ହେଲେ ରୋଗୀକୁ ବଞ୍ଚାଇବା ପାଇଁ ବହୁତ ପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ବହୁତ କମ୍ ଲୋକ ଏଥିରୁ ମୁକ୍ତି ପାଆନ୍ତି କିନ୍ତୁ ଏହି କ୍ୟାନ୍ସର ସେଲ ଜୀବନକୁ ନେବା ପର୍ଯ୍ୟନ୍ତ ରୋଗୀ ଦେହରେ ଲାଗିକି ରହିଥାଏ ।
କିନ୍ତୁ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ଏହି ଥେରାପୀ ଅନେକ ରୋଗୀଙ୍କ ପାଇଁ ଜୀବନରକ୍ଷକ ବନିଯାଇଛି । ଯେଉଁଥିରେ ଦିଲ୍ଲୀ ସ୍ଥିତ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜିଷ୍ଟ ଡା. କର୍ନେଲ ଭିକେ ଗୁପ୍ତା ମଧ୍ୟ ସାମିଲ ଅଛନ୍ତି । ଯାହାଙ୍କ ପାଖରେ ଭାରତୀୟ ସେନାରେକାମ କରିବାର ୨୮ ବର୍ଷର ଅଭିଜ୍ଞତା ରହିଛି । ଯିଏ କେବଳ ୪୨ ଲକ୍ଷ ଟଙ୍କା ବା ୫୦,୦୦୦ ଡଲାର ପେମେଣ୍ଟ କରି ଏହି ଥେରାପୀକୁ ହାସଲ କରିଛନ୍ତି । ଯେବେକି ବିଦେଶରେ ଏହିଭଳି ଥେରାପୀର ଦାମ୍ ୪ କୋଟି ପର୍ଯ୍ୟନ୍ତ ରହିଛି ।
ଟାଟା ମେମୋରିଆଲ ହସ୍ପିଟାଲରେ ଯେଉଁଠି ଗୁପ୍ତାଙ୍କର ସର୍ଜରୀ ହୋଇଥିଲା, ସେଠାକାର ଡାକ୍ତର କହିଛନ୍ତି ସେ ବର୍ତ୍ତମାନ କ୍ୟାନ୍ସର କୋଶିକାରୁ ମୁକ୍ତ । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୁପ୍ତା ଏହି ସଫଳଳତା ହାସଲ କରିଥିବା ପ୍ରଥମ ରୋଗୀ ଅଟନ୍ତି ।
ତେବେ ଆସନ୍ତୁ କଥା ହେବା ଏହି ଥେରାପୀ ବିଷୟରେ
କ୍ୟାନ୍ସର ରୋଗୀଙ୍କୁ ଆସ୍ୱସ୍ତି ଦେବା ପାଇଁ ଭାରତୀୟ େଔଷଧ ନିୟାମକ ସିଡିଏସସିଓ NexCAR 19 କୁ ମଞ୍ଜୁରୀ ଦେଇଛନ୍ତି । ଏହା ଏକ ସିଆର-ଟି-ସେଲ ଥେରାପୀ(CAR-T Cell Therapy) ଔଷଧ, ଯାହାକୁ(ImmunoACT) ଡେଭଲପ୍ କରିଛି । ଇମ୍ୟୁନୋଏସିଟି(ImmunoACT) ଏକ ଆଇଆଇଟି ବମ୍ବେ ଇନକ୍ୟୁବେଟେଡ କମ୍ପାନୀ ଅଟେ ।