ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଶଂସା ସାଉଁଟିଲେ କଟକର ଉଦୀୟମାନ ଛାତ୍ର ସିଦ୍ଧାନ୍ତ

ପ୍ରଥମ ବିଶ୍ଵ ଓଡ଼ିଆଭାଷା ସମ୍ମିଳନୀରେ 'ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା' ବିଷୟ ଉପରେ ଭାଷଣ ରଖି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଲେ କଟକର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ ସାହୁ । ସବୁଆଡେ ବର୍ତ୍ତମାନ ସିଦ୍ଧାନ୍ତଙ୍କ ପ୍ରଶଂସା କରାଯାଇଥିବା ବେଳେ ସ୍କୁଲ ଶିକ୍ଷକ ଓ ପରିବାର ଲୋକେ ବେଶ୍ ଗର୍ବ ଅନୁଭବ କରିଛନ୍ତି ।

ପ୍ରଥମ ବିଶ୍ଵ ଓଡ଼ିଆଭାଷା ସମ୍ମିଳନୀରେ ‘ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା’ ବିଷୟ ଉପରେ ଭାଷଣ ରଖି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଲେ କଟକର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ ସାହୁ । ସବୁଆଡେ ବର୍ତ୍ତମାନ ସିଦ୍ଧାନ୍ତଙ୍କ ପ୍ରଶଂସା କରାଯାଇଥିବା ବେଳେ ସ୍କୁଲ ଶିକ୍ଷକ ଓ ପରିବାର ଲୋକେ ବେଶ୍ ଗର୍ବ ଅନୁଭବ କରିଛନ୍ତି । ସେହିଭଳି କୁଲଫି ବ୍ୟବସାୟ କରି ପରିବାର ପୋଷଣ କରୁଥିବା ବାପା ଖୁସିରେ ଆତ୍ମହରା ହୋଇ ପଡିଛନ୍ତି । ନାମ ସିଦ୍ଧାନ୍ତ ସାହୁ, ବୟସ ମାତ୍ର ୧୪ ବର୍ଷ । କଟକ କାଠଗଡା ସାହିରେ ରହୁଥିବା ବେଳେ ରେଭେନ୍ସା କଲିଜିଏଟ ସ୍କୁଲରେ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ।

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ର ଉଦଯାପନୀ କାର୍ଯ୍ୟକ୍ରମ ଦିନ ମହା ମଞ୍ଚ ଉପରେ ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା ବୋଲି ଭାଷଣ ଦେଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ସିଦ୍ଧାନ୍ତ । କିଛି ମିନିଟର ଏହି ଭାଷଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନକୁ ଜିତି ପାରିଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ଏହି ମହମଞ୍ଚରେ ସିଦ୍ଧାନ୍ତଙ୍କୁ ନିଜ ପାଖରେ ବସାଇବା ସହ ଭଲ ମନ୍ଦ ପଚାରି ବୁଝିଥିଲେ । ଖାଲି ସେତିକି ନିଜେ ଏଥିପାଇଁ ସିଦ୍ଧାନ୍ତଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ଏହା ସହ କାର୍ଯ୍ୟକ୍ରମ ସେଠାରେ ଉପସ୍ଥିତ ସମସ୍ତେ ସିଦ୍ଧାନ୍ତଙ୍କୁ ପ୍ରଶଂସା କରିଥିଲେ । ଯାହା ସିଦ୍ଧାନ୍ତଙ୍କ ଆତ୍ମବିଶ୍ବାସ ବୃଦ୍ଧି କରାଇଛି । ଏହା ସହ ଛାତ୍ରର ଏହି ସଫଳତା ପାଇଁ ବେଶ୍ ଗର୍ବ ଅନୁଭବ କରିଛନ୍ତି ଶିକ୍ଷକ ।

ସବୁଠାରୁ ବଡ କଥା ହେଲା ସିଦ୍ଧାନ୍ତଙ୍କ ବାପା ସୁବଳ ସାହୁ କଟକ ସହରରେ କୁଲଫି ବ୍ୟବସାୟ କରି ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ପୋଷି ଥାଆନ୍ତି । ଅଭାବ ଅନଟନ ମଧ୍ୟରେ ବି ପୁଅକୁ ପାଠ ପଢ଼ାଇବାରେ କୌଣସି ପ୍ରତିବନ୍ଧକ ରଖି ନାହାନ୍ତି । ପ୍ରଥମ ବିଶ୍ଵ ଓଡ଼ିଆଭାଷା ସମ୍ମିଳନୀରେ ପୁଅର ଏହି କୃତିତ୍ୱକୁ ନେଇ ଖୁସିରେ ଆତ୍ମହରା ହୋଇ ପଡିଛନ୍ତି ଓଭୟ ବାପା ଓ ମାଆ । ତେବେ ସିଦ୍ଧାନ୍ତଙ୍କ ସଫଳତା ପାଇଁ ସିଦ୍ଧାନ୍ତଙ୍କ ବାପା ଓ ମା ବେଶ ଖୁସି ଅଛନ୍ତି । ତେବେ ବଡ଼ ହେଲେ ସିଦ୍ଧାନ୍ତଙ୍କୁ IAS ଅଫିସର କରିବାର ଲକ୍ଷ୍ୟ ରଖିଛନ୍ତି ସିଦ୍ଧାନ୍ତଙ୍କ ବାପା ଓ ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.