ନବରଙ୍ଗପୁରରୁ ଆହତ ମହିଳା ନକ୍ସଲ ଗିରଫ, ଛତିଶଗଡ଼ ପୋଲିସକୁ ହସ୍ତାନ୍ତର

ନବରଙ୍ଗପୁର ପୋଲିସ ଦ୍ୱାରା ଜଣେ ଆହତ ମହିଳା ନକ୍ସଲ ଗିରଫ । ଗିରଫ ନକ୍ସଲକୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କାଯାଇଛି । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଏକାୱାରି ଗ୍ରାମରୁ ଜଣେ ଆହତ ମହିଳା ମାଓବାଦୀଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ ।

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ପୋଲିସ ଦ୍ୱାରା ଜଣେ ଆହତ ମହିଳା ନକ୍ସଲ ଗିରଫ ।  ଗିରଫ ନକ୍ସଲକୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କାଯାଇଛି ।  ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଏକାୱାରି ଗ୍ରାମରୁ ଜଣେ ଆହତ ମହିଳା ମାଓବାଦୀଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଗୋଇନ୍ଦା ରିପୋର୍ଟ ଆଧାରରେ ନବରଙ୍ଗପୁର ପୋଲିସର ଦୁଇଟି ଟିମ୍ ଉକ୍ତ ଗାଁରେ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଛତିଶଗଡ଼ ରାଜ୍ୟ ଏକୱାରି ଗ୍ରାମରୁ୨୫ ବର୍ଷିୟା ମ୍ୟାଙ୍ଗ୍ ନୁରେଟି (ସିନ୍ଧୁ) ନାମକ ଜଣେ ମହିଳା କ୍ୟାଡର୍ ମାଓବାଦୀଙ୍କୁ ଗିରଫ କରାଯାଇଛି ।

ସେ ଗତ ୧୨ ତାରିଖରେ ଛତିଶଗଡର କରିପାନୀ ଓ ଏକାୱାରି ଗାଁ ନିକଟରେ ହୋଇଥିବା ପୋଲିସ-ନକ୍ସଲ ଗୁଳି ବିନିମୟରେ ସାମିଲ ହୋଇଥିବା ଜଣାପଡିଛି । ସେ ଗତ ୨୦୨୧ରୁ ସୀତା ନଦୀ ଏରିଆ କମିଟିର ଦୀପକ ମାଣ୍ଡଭି ନାମକ ନକ୍ସଲଙ୍କ ନେତୃତ୍ୱରେ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି । ଗିରଫ ପରେ ଓଡିଶା ପୁଲିସ ଛତିଶଗଡର ଧମନ୍ତରୀ ପୋଲିସ ଷ୍ଟେସନକୁ ମହିଳା ମାଓବାଦୀଙ୍କୁ ହସ୍ତାନ୍ତର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.